Latest Odisha News

ଭାରତରେ ଦେଖାଦେଇଥିବା ଡେଲ୍‌ଟା ଷ୍ଟ୍ରେନ୍‌ ଏବେ ଚିନ୍ତାର ବିଷୟ; ‘ହୁ’

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କହିଛି ଯେ ପ୍ରଥମେ ଭାରତରେ ଚିହ୍ନଟ ହୋଇଥିବା କୋଭିଡ୍‌-୧୯ ଡେଲଟା ଭାରିଆଣ୍ଟର କେବଳ ଗୋଟିଏ ଷ୍ଟ୍ରେନ୍ ବର୍ତ୍ତମାନ ଚିନ୍ତାର କାରଣ ହୋଇଛି ଏବଂ ଅନ୍ୟ ଦୁଇଟି ଷ୍ଟ୍ରେନ୍ ଦୁର୍ବଳ ହୋଇଯାଇଛି। ଏହାଦ୍ବାରା ଦେଶରେ ସଂକ୍ରମଣର ପ୍ରଭାବ ବୃଦ୍ଧି ପାଇଛି।

ଏହା ଟ୍ରିପିଲ୍ ମ୍ୟୁଟାଣ୍ଟ ଭେରିଆଣ୍ଟ ଅଟେ କାରଣ ଏହାକୁ ତିନୋଟି ବଂଶରେ ବିଭକ୍ତ କରାଯାଇଛି। ଡେଲଟାର ସାଇଣ୍ଟିଫିକ ନମେନକ୍ଲେଚର ହେଉଛି B.1.617। କରୋନାର ଏହି ପ୍ରକାରକୁ ଏକ ଟ୍ରିପଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟ କୁହାଯାଉଛି।

ଭାରତରେ ପ୍ରଥମେ ଚିହ୍ନିତ କରୋନାଭାଇରସର B.1.617.2 ପ୍ରକାରର ନାମକୁ ଡେଲଟା ଭାରିଆଣ୍ଟ ଭାବରେ ନାମିତ କରିଛି। ପୂର୍ବରୁ କରୋନା ଏହି ନୂଆ ଷ୍ଟ୍ରେନ୍‌କୁ ହୁ କିଥିଲା ଯେ ଏହାକୁ ନେଇ ଅଧିକ ଅଧ୍ୟୟନ କରାଯିବ। କିନ୍ତୁ ଏବେ ହୁ କହିଛି ଭାରତରେ କରୋନାର ଏହି ନୂଆ ଷ୍ଟ୍ରେନ୍‌ ଅର୍ଥାତ୍‌ ତିନୋଟି ‌ଷ୍ଟ୍ରେନ୍‌ ମଧ୍ୟରୁ ଏହି ଗୋଟିଏ ଷ୍ଟ୍ରେନ୍‌ ଏବେ ଚିନ୍ତାର ବିଷୟ ପାଲିଟିଛି।

Comments are closed.