Latest Odisha News

BREAKING NEWS

ଓଡ଼ିଶାରେ ବାତିଲ ହୋଇପାରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ? କେମିତି ହେବ ମୂଲ୍ୟାୟନ

ଭୁବନେଶ୍ୱର: ସିବିଏସଇ ଓ ଆଇଏସସି ବୋର୍ଡ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ହୋଇଛି । ଓଡ଼ିଶାରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ କି ନାହିଁ ? ବାତିଲ କରିବେ କି ସରକାର ? ଦ୍ୱନ୍ଦ୍ୱରେ ଅଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଏନେଇ ଆଜି ନିଷ୍ପତ୍ତି ଶୁଣାଇ ପାରନ୍ତି ସରକାର । ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଚାରବିମର୍ଶ କରାଯାଉଛି । ରାଜ୍ୟରେ ପରୀକ୍ଷା କରାଯିବ କି ନାହିଁ ସେନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବିଭାଗୀୟ ସଚିବ, ବରିଷ୍ଠ ଅଧିକାରୀ ଓ ସିଏଚଏସଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛନ୍ତି ।

ଭିଡିଓ କନଫରେନ୍ସିଂରେ ବୈଠକ ଚାଲିଛି । ପରୀକ୍ଷା ବାତିଲ ହେଲେ କିଭଳି କରାଯିବ ମୂଲ୍ୟାୟନ ? ରେଜଲ୍ଟକୁ ନେଇ ଅସନ୍ତୋଷ ଛାତ୍ରଛାତ୍ରୀଙ୍କ ପାଇଁ କଣ ରହିବ ବିକଳ୍ପ ବ୍ୟବସ୍ଥା ? ସେନେଇ ବିଭାଗୀୟ ମନ୍ତ୍ରୀ, ସଚିବ ଓ ବରିଷ୍ଠ ଅଧିକାରୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରୁଛନ୍ତି ।

କରୋନା କାଳରେ କେମିତି ହେବ ପରୀକ୍ଷା ? ଏନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ଅଛନ୍ତି । ପରୀକ୍ଷା ବାତିଲ ପାଇଁ ବି ଦାବି ଉଠୁଛି । ସେପଟେ ଗତକାଲି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରିଥିଲେ କେନ୍ଦ୍ର ସରକାର । ପୂର୍ବରୁ  ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଓଡ଼ିଶାରେ ଦଶମ ବୋର୍ଡ ପରୀକ୍ଷାକୁ ସରକାର ବାତିଲ କରିଥିଲେ ।

Leave A Reply

Your email address will not be published.