Latest Odisha News

BREAKING NEWS

ରାକ୍ଷୀ ବ୍ୟବସାୟ ଉପରେ କରୋନା ମାଡ଼

ସମ୍ବଲପୁର: କରୋନାରେ ପ୍ରଭାବିତ ସମସ୍ତ ବ୍ୟବସାୟ । ସମ୍ବଲପୁର ଜିଲ୍ଲାର ବୁର୍ଲା ସହରର ରାକ୍ଷୀ ବ୍ୟବସାୟ ଉପରେ କରୋନା ମାଡ଼ । ଏହି ମହାମାରୀ ଯୋଗୁଁ ବ୍ୟବସାୟୀ ମାନେ ବିକ୍ରିବଟାରେ ଅନେକ କ୍ଷତି ସହିଲେଣି ।

ବ୍ୟବସାୟୀମାନେ ଏଠାରେ ସାଧାରଣତ ମାସ ପୂର୍ବରୁ ରାକ୍ଷୀ ବିକ୍ରୟ ଆରମ୍ଭ କରନ୍ତି । ଇନ୍ଦିରା ଗାନ୍ଧୀ ବଜାର, ଗୋପାବନ୍ଧୁ ଛକ, ପକ୍କା ବଜାର, କାଚା ମାର୍କେଟ, ପେଟ୍ରୋଲ ପମ୍ପ ଛକ, ସଦେଇପଲ୍ଲୀ ଏବଂ ଭାରତୀ କ୍ଲବ ଛକରେ ନିଜ ଦୋକାନ ଲାଗନ୍ତି। ମାତ୍ର ଚଳିତ ବର୍ଷ ବ୍ୟବସାୟୀମାନେ ଗତ ବର୍ଷର ଗତ ବର୍ଷର ସ୍ଥଗିତ ରାଖୀ ବିକ୍ରି କରୁଛନ୍ତି

ଲକଡାଉନ ଯୋଗୁଁ ଏବର୍ଷ ଅନେକ ଭଉଣୀ ରାଖୀକୁ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ଭାଇଙ୍କ ପଠାଉଛନ୍ତି।

ଏଠାରେ ଥିବା ବ୍ୟବସାୟୀମାନେ ଗ୍ରାହକଙ୍କ ଚାହିଦା ପୂରଣ କରିବା ପାଇଁ ରାୟପୁର, ବରଗଡ, କୋଲକାତା ଓ ଗଞ୍ଜାମ ଆଦି ସ୍ଥାନରୁ ବିଭିନ୍ନ ପ୍ରକାରର ରାକ୍ଷୀ କିନିଥାନ୍ତି। ଶନିବାର ଦିନ ଜିଲ୍ଲାରେ ଲକଡାଉନ ହଟାଇ ଦିଆଯାଇଥିବା ବେଳେ ବ୍ୟବସାୟୀମାନେ ଷ୍ଟଲ ଲଗାଇବାରେ ଅସମର୍ଥ ହୋଇଛନ୍ତି।

କିଛି ବ୍ୟବସାୟୀ ଦେଇଥିବା ସୁଚନା ଅନୁଯାୟୀ, ସେମାନେ ଦିନକୁ ୧୧୦୦୦ ଟଙ୍କା ମୂଲ୍ୟର ରାକ୍ଷୀ ବିକ୍ରି କରୁଥିବା ବେଳେ ଚଳିତ ବର୍ଷ ଏହାର ଏକ ଚତୁର୍ଥାଂଶ ବିକ୍ରି ହେଉଛି । “ଏହି ଲକଡାଉନ୍ ଆମର ବ୍ୟବସାୟକୁ କ୍ଷତି ପହଞ୍ଚାଇଛି, ତଥାପି ଗୋଟିଏ ଦିନ ବାକି ଥିବାରୁ ବ୍ୟବସାୟ ହେବା ନେଇ ଆମେ ଆଶାବାଦୀ ଥିବା” କହିଛନ୍ତି ବେପାରୀ ।

Leave A Reply

Your email address will not be published.