ନୂଆଦିଲ୍ଲୀ: ମହାମାରୀ କୋଭିଡ-୧୯ ମୁକାବିଲା ପାଇଁ ଆରମ୍ଭ ହେଲା ୱେବ୍ପୋର୍ଟାଲ ‘ୟୁକ୍ତି’(YUKTI) । ଏହି ପୋର୍ଟାଲକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଶୁଭାରମ୍ଭ କରିଛନ୍ତି । ଏହି ପୋର୍ଟାଲ କୋଭିଡ-୧୯ ମୁକାବିଲା ପାଇଁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ତଦାରଖ କରିବ । ଏଥିସହ ମନ୍ତ୍ରାଳୟର ମଧ୍ୟ ବିଭିନ୍ନ କାର୍ଯ୍ୟର ତଦାରଖ କରିବାରେ ସହାୟକ ହେବ । ପୋର୍ଟାଲ ଶୁଭାରମ୍ଭ ଅବସରରେ ମନ୍ତ୍ରୀ କହିଛନ୍ତି ଯେ, କୋଭିଡ-୧୯ ମହାମାରୀ କାଳରେ ଆମ ଶିକ୍ଷାର୍ଥୀମାନେ ବିଶେଷ କରି କିଭଳି ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବେ ଓ ସେମାନଙ୍କର କିଭଳି ଶିକ୍ଷାଲାଭ ବଳବତ୍ତର ରହିବ ତାହା ଦେଖିବା ଆମର ପ୍ରଥମ କର୍ତ୍ତବ୍ୟ । ଏଭଳି ପ୍ରତିକୂଳ ପରିସ୍ଥିତିରେ ଲକ୍ଷ୍ୟ ସାଧନ କିଭଳି ସମ୍ଭବ ତାର ତଦାରଖ କରିବା ଏହି ପୋର୍ଟାଲର ଉଦ୍ଦେଶ୍ୟ ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିଭିନ୍ନ ଶିକ୍ଷାନୁଷ୍ଠାନ ବିଶେଷ କରି କରୋନା ସଂକ୍ରାନ୍ତରେ ହେଉଥିବା ଗବେଷଣା ଓ ସର୍ବୋପରି ଛାତ୍ରଛାତ୍ରୀଙ୍କର କଲ୍ୟାଣ ବିଷୟ ଏହି ପୋର୍ଟାଲରେ ତଦାରଖ ହେବ । ଏହି ପୋର୍ଟାଲ ବଳରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ଉତ୍ତମ ଯୋଗସୂତ୍ର ରହିବ, ଯାହା ଫଳରେ କି ମନ୍ତ୍ରଣାଳୟ ଆବଶ୍ୟକ ସ୍ଥଳେ ଶିକ୍ଷାନୁଷ୍ଠାନଗୁଡିକୁ ସିଠିକ ମାର୍ଗରେ ପରିଚାଳିତ କରିପାରିବ।
BREAKING NEWS
- ୧୨୦ କୁଇଣ୍ଟାଲ ଗଞ୍ଜେଇ ଜବତ କଲା ରେଳବାଇ ପୋଲିସ, ୧୬ ଅଭିଯୁକ୍ତ ଗିରଫ
- ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା: ଆଉ ୪ ଜଣ ଅଭିଯୁକ୍ତ ଗିରଫ
- ବେଆଇନ ହର୍ଣ୍ଣ ବିରୋଧରେ ଏସଟିଏର କଡ଼ା ଚେକିଂ, ଶତାଧିକ ଅମାନିଆଙ୍କ କଟିଲା ଚାଲାଣ
- ଏଥର ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଦେଖିବ ନୂଆ କଂସ
- ଅଷ୍ଟ୍ରେଲିଆରେ ପନ୍ତଙ୍କ ମହାରେକର୍ଡ
- ଗମ୍ଭୀର ଏହି ଯୁବ ଖେଳାଳିଙ୍କୁ କହିଥିଲେ ଦେଶ ପାଇଁ ଗୁଳି ଖାଇବା ପରି ବାଉନ୍ସର ସାମ୍ନା କର
- କିଏ ମାରିବ ଝାଡ଼ଖଣ୍ଡ ବାଜି ?
- ନାବାଳିକା ଦୁଷ୍କର୍ମ ମାମଲା; ଅଭିଯୁକ୍ତକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଲେ କୋର୍ଟ
- ‘ବିଶ୍ୱରେ ଓଡ଼ିଶାର ହସ୍ତକଳା ଓ ହସ୍ତତନ୍ତ ସାମଗ୍ରୀର ବିଶେଷ ପରିଚୟ ରହିଛି’: ମୁଖ୍ୟମନ୍ତ୍ରୀ
- ଦକ୍ୟାଚ ଓଡିଶା: ଭଞ୍ଜ କଳା ମଣ୍ଡପରେ ଆୟୋଜିତ ହେବ ତ୍ରିଦିବସୀୟ ସଂସ୍କୃତ ନାଟ୍ୟ ମହୋତ୍ସବ ‘ଦଶରୂପକମ୍’
Comments are closed.