Latest Odisha News

BREAKING NEWS

ଜାଣନ୍ତୁ, ଓଡ଼ିଶାରେ କିପରି ପାଳିତ ହୁଏ ପଣା ସଂକ୍ରାନ୍ତି…

ଭୁବନେଶ୍ୱର: ଓଡ଼ିଆ ପଞ୍ଜିକା ଅନୁସାରେ ବର୍ଷର ପ୍ରଥମ ସଂକ୍ରାନ୍ତିକୁ ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଇଥାଏ ।

ଏପରିକି ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ମଧ୍ୟ ପାଳନ କରାଯାଏ ।

ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ । ଏତଦବ୍ୟତୀତ ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବାଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ ।

କିପରି ପାଳିତ ହୁଏ ପଣା ସଂକ୍ରାନ୍ତି-

ଏହି ଦିନରେ ତୁଳସୀ ଚଉଁରା ମୂଳରେ ଛୋଟିଆ ମାଠିଆରେ ପଣା ରଖି   ବାନ୍ଧି ଦିଆଯାଇଥାଏ । ଉକ୍ତ ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରି ଚଉଁରା ମୂଳରେ ପଡିଥାଏ।

ଏହି ଠେକିକୁ ‘ବସୁନ୍ଧରା ଠେକି’ କୁହାଯାଇଥାଏ । ସେହି ଠେକିରେ ପଣା ସ୍ବରୂପ ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆର ମିଶ୍ରଣକୁ ଭୋଗ ଲଗାଯାଏ ।

ବିଶେଷତଃ ଚଣ୍ଡୀ, ଶାରଳା, ମା ବିରଜା ଆଦି ଠାକୁରାଣୀ ନିକଟରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ । ସେହିପରି ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଧରି ଚାଲିଥିବା ‘ଦଣ୍ଡ ନାଟ’ ସରିବା ସହ ଏହି ଦିନ ‘ମେରୁ ଯାତ’ ପାଳନ କରାଯାଇଥାଏ ।

ଏହାବ୍ୟତୀତ ଉତ୍ତର ଓଡ଼ିଶାରେ ଏହି ଦିନକୁ ‘ଚଡ଼କ ପର୍ବ’ ନାମରେ ପାଳନ କରାଯାଇଥାଏ ।

 

Leave A Reply

Your email address will not be published.