Latest Odisha News

BREAKING NEWS

ହସ୍ପିଟାଲର କୋଭିଡ ୱାର୍ଡରେ ଅଗ୍ନିକାଣ୍ଡ, ଜଳିଗଲେ ରୋଗୀ

କୋଲକାତା : କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲେ ରୋଗୀ । ପଶ୍ଚିମବଙ୍ଗର ବଡୱାନ ସ୍ଥିତ ସରକାରୀ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ଜଣେ ୬୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି ବୋଲି ଡାକ୍ତରଖାନା କର୍ତ୍ତୁ ପକ୍ଷ ସୂଚନା ଦେଇଛନ୍ତି ।ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ମୃତ ମହିଳା ଜଣକ ହେଉଛନ୍ତି ସନ୍ଧ୍ୟାରାଣୀ ମୋଣ୍ଡଳ । ଏହି ଘଟଣା ଘଟିବା ପରେ ୫ ଜଣିଆ ଟିମ୍ ହସ୍ପିଟାଲ ଯାଇ ତଦନ୍ତ କରୁଛି ।

ବରିଷ୍ଠ ଡାକ୍ତରଙ୍କ କହିବା ଅନୁଯାୟୀ ସକାଳ ପ୍ରାୟ ୫ ଟା ସମୟରେ ୱାର୍ଡରେ ନିଆଁ ଲାଗି ଯାଇଥିଲା । ନିଆଁ ମଶା କଏଲରୁ ଲାଗି ଥାଇ ପାରେ ବୋଲି ଡାକ୍ତର କହିଛନ୍ତି ।ଏହି ନିଆଁ ଲାଗିବା ସମୟରେ ଆମେ ତିନିଜଣ ରୋଗୀଙ୍କୁ ଉଦ୍ଧାର କରିଛୁ । ଏହି କୋଭିଡ ୱାର୍ଡରେ ୪ ଜଣ ରୋଗୀ ଥିଲେ । ଆଉ ଜଣେ ନିଆଁରେ ଜଳିଯାଇଥିବାରୁ ତାଙ୍କୁ ବଞ୍ଚାଇବା ସମ୍ଭବ ନଥିଲା ବୋଲି ଡାକ୍ତର କହିଛନ୍ତି । ପରେ ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଛି ।

ସୂଚନା ଅନୁଯାୟୀ ଶୁକ୍ରବାର ପଶ୍ଚିମ ବଙ୍ଗରେ ଶୁକ୍ରବାର ୩୦୯୦୫ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଟୋଟାଲ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫,୭୨୯ ରହିଛି । ଗୁରୁବାର ୩୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

Comments are closed, but trackbacks and pingbacks are open.