Latest Odisha News

BREAKING NEWS

ବନ୍ଦ ହେବ ଖଣ୍ଡଗିରି ମେଳା, ଅନିଶ୍ଚିତତା ଘେରରେ ଯାତ୍ରା କଳାକାର

ଭୁବନେଶ୍ୱର: ଚଳିତବର୍ଷ ବନ୍ଦ ହେବ ଖଣ୍ଡଗିରି ମେଳା ସହିତ ଯାତ୍ରା ମଧ୍ୟ ବନ୍ଦ ହେବ । କୋଭିଡ଼ କଟକଣା ପାଇଁ ଖଣ୍ଡଗିରି ମେଳା ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଖଣ୍ଡଗିରି ମେଳା ବନ୍ଦ କରିବା ନେଇ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ଜାନୁଆରୀ ଗାଇଡଲାଇନ୍ ଅନୁସାରେ କୌଣସି ମେଳା ଆୟୋଜିତ ହୋଇ ପାରିବନାହିଁ । ଖଣ୍ଡଗିରିମେଳା ହେଲେ ହଜାର ହଜାର ଲୋକଙ୍କ ସମାଗମ ହେବ । ତେଣୁ କରୋନା ବଢିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଚଳିତ ବର୍ଷ ଖଣ୍ଡଗିରି କୁମ୍ଭମେଳାକୁ ନେଇ ଯାତ୍ରା କଳାକାର ଓ ଉଠା ଦୋକାନୀ ବେଶ୍ ଦୁଇ ପଇସା ରୋଜଗାର କରିବାକୁ ଆଶା କରିଥିଲେ । ତେବେ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତି ସେମାନଙ୍କୁ ନିରାଶ କରିଛି ।

ରାଜ୍ୟରେ କରୋନା ସଂକ୍ରମଣ ହାର କମୁଥିଲେ ବି ଜନସମାଗମ ରୋକିବା ଲାଗି ସରକାର ଖଣ୍ଡଗିରି ମେଳା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିଭଳି ପୁରୀରେ ଫେବୃଆରୀ ୧ ତାରିଖରୁ ସର୍ବସାଧରଣଙ୍କ ଦର୍ଶନ ନିମନ୍ତେ ଅନୁମତି ମିଳିଛି । ତେବେ ସମ୍ପୂର୍ଣ୍ଣ କଟକଣା ମଧ୍ୟରେ ଶ୍ରଦ୍ଧାଳୁ ଦର୍ଶନ କରିବା ସହ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ ।

Comments are closed, but trackbacks and pingbacks are open.