Latest Odisha News

BREAKING NEWS

ଦେଶରେ ୩୦ ହଜାର ତଳକୁ ଖସିଲା ଦୈନିକ କର‌ୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କର‌ୋନା ସଂକ୍ରମଣ ସଂଖ୍ୟା କମୁଥିବା ବେଳେ ଦିନକର‌େ ୩୦ ହଜାରରୁ କମ୍ ପଜିଟିଭ ଚିହ୍ନଟ ହ‌ୋଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ ଦିନକର‌େ ୨୯ ହଜାର ୩୯୮ କରୋନା ସଂକ୍ରମିତ ଚିହ୍ନଟ ହ‌ୋଇଥିବା ବେଳେ ୪୧୪ ରୋଗୀଙ୍କର ମୃତ୍ୟୁ ଘଟିଛି।

ଯାହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ମ‌ୋଟ୍ ୯୭ ଲକ୍ଷ ୯୬ ହଜାର ୭୭୦ର‌େ ପହଞ୍ଚିଥିବା ବେଳେ ଏଯାବତ୍ ୧ ଲକ୍ଷ ୪୨ ହଜାର ୧୮୬ ଜଣଙ୍କର ମୃତ୍ୟୁ ଘଟିଛି ।

ସେହିପରି ଆକ୍ଟିଭ କେସ୍ ୩ ଲକ୍ଷ ୬୩ ହଜାର ୭୪୯ ରହିଛି। ଏଥିସହିତ ଗତ ୨୪ ଘଣ୍ଟାର‌େ ନୂଆ ୩୭ ହଜାର ୫୨୮ ଜଣ ଆର‌ୋଗ୍ୟ ଲାଭ କରିଥିବା ବେଳ‌େ ଭାରତରେ ଏପର୍ଯ୍ୟନ୍ତ ୯୨ ଲକ୍ଷ ୯୦ ହଜାର ୮୩୪ କରୋନା ର‌ୋଗୀ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ପ୍ରଦାନ କରିଛି ।

 

Leave A Reply

Your email address will not be published.