Latest Odisha News

ରାୟଗଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା ନେଲା ୨ ଶ୍ରମିକଙ୍କ ଜୀବନ, ୨ ଜଣ ଗୁରୁତର

ରାୟଗଡ଼ା: ଟ୍ରକ ଓ ଟ୍ରାକର ମଧ୍ୟରେ ଧକ୍କା । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ । ମୃତକଙ୍କ ମଧ୍ୟରେ ଜଣେ ଚ୍ରାକ୍ଟର ଡ୍ରାଇଭର ଓ ଜଣେ ଶ୍ରମିକ ଅଛନ୍ତି । ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ କାଳିଆପଡା ଘାଟିରେ ଏହି ଦୁର୍ଘଟଣା ହୋଇଛି । ଏଥିରେ ଅନ୍ୟ ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି ।

କଳାହାଣ୍ଡି ଜିଲ୍ଲାରୁ କାମ ସାରି ଟ୍ରାକର ଯୋଗେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରୁ ଫେରୁଥିଲା ୪ଜଣ ଶ୍ରମିକ । କାଳିଆପଡା ଘାଟିରେ ଶ୍ରମିକଙ୍କୁ ନେଇ ଯାଉଥିବା  ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଟ୍ରାକ୍ଟର ତଳେ ଚାପି ହୋଇ ଯାଇଥିଲେ ଦୁଇ ଜଣ । ସେମାନଙ୍କୁ ଅନ୍ୟ ଦୁଇ ଜଣ ଉଦ୍ଉଧାର କରିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା ।

ଦୁର୍ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲ । ଟିକିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇଛି । ଘଟଣାର ତଦନ୍ତ ଜାରି ରଖିଛି ଟିକିରି ପୋଲିସ ।

Leave A Reply

Your email address will not be published.