Latest Odisha News

BREAKING NEWS

ଚିନ୍ତା ବଢ଼ାଉଛି କରୋନା: ଭାରତରେ ୫୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବୁଧବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଦେଇଥିବା ରିପୋର୍ଟ ଅନୁଯାୟୀ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପି ୫୧୯୪ ରେ ପହଞ୍ଚିଛି ।। ଯାହା ନିତ୍ୟାନ୍ତ ପକ୍ଷେ ଏକ ଚିନ୍ତାର ବିଷୟ ।


କରୋନା ସଂକ୍ରମଣରେ ଅଙ୍କୁଶ ଲଗାଇବା ପାଇଁ ଭାରତ ସରକାର ଏପ୍ରିଲ ୧୫ ଯାଏଁ ଲକଡାଉନ ଘୋଷଣା କରିବା ସତ୍ତ୍ୱେ ମଧ୍ୟ ଏହି ସଂଖ୍ୟାରେ ଏତେ ମାତ୍ରାରେ ଦ୍ରୁତ ବିକାଶ ଏକ ଚିନ୍ତାର ବିଷୟ ।

ଗତ ୨୪ ଘଣ୍ଟାରେ ଭାରତରେ ୭୭୩ ଜଣ ବ୍ୟକ୍ତି ନୂଆକରି ସଂକ୍ରମିତ ହୋଇଥିବା ବେଳେ ୩୫ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ପ୍ରକାଶ ।

Leave A Reply

Your email address will not be published.