Latest Odisha News

BREAKING NEWS

କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା ହେଲା ସତ୍ୟନଗର

ଭୁବନେଶ୍ୱର: ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳକୁ ସିଲ କଲା ବିଏମସି । କଣ୍ଟେନମେଣ୍ଟ ଅଞ୍ଚଳ ବା ଅବରୋଧ ଅଞ୍ଚଳ ଭାବେ ଘୋଷଣା ହେଲା ସତ୍ୟନଗର । ସମ୍ପୃକ୍ତ ଅଞ୍ଚଳରେ ଲୋକଙ୍କ ଉପରେ ଲାଗିଲା କଟକଣା । ଏହି ଅଞ୍ଚଳର ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ଗୁଡିକ ବନ୍ଦ ରହିବ । ଘରୁ ବହାରି ପାରିବେ ନାହିଁ କୌଣସି ଲୋକ । ଏହି ଅଞ୍ଚଳର ଲୋକଙ୍କ ଘର ପାଖରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ ମେଡିକାଲ ସହାୟତା ମଧ୍ୟ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବା ନେଇ ଘୋଷଣା ହୋଇଛି ।

ସତ୍ୟନଗର ଛକରୁ କାଳୀ ମନ୍ଦିର ଛକ ଯାଏଁ ସିଲ କଲା ବିଏମସି ।

କାଳୀମନ୍ଦିର ଛକରୁ ପତଞ୍ଜଳି ଷ୍ଟୋର ।

ପତଞ୍ଜଳି ଷ୍ଟୋର ପାଖରୁ ବ୍ୟାଙ୍କ ଅଫ ଇଣ୍ଡିଆର ଅଫିସରସ୍ କ୍ୱାଟର ।

ସତ୍ୟନଗରରୁ ବିଗ୍ ବଜାର ରୋଡ଼ ସିଲ ।

ସତ୍ୟନଗର ଅଞ୍ଚଳରୁ ଜଣେ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି । ବୋମିଖାଲ ଅଞ୍ଚଳର ଆକ୍ରାନ୍ତଙ୍କ ସହ ଏହି ସତ୍ୟନଗର ସନ୍ଦିଗ୍ଧଙ୍କ ଲିଙ୍କ ରହିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.