Latest Odisha News

ନିଆରା ଷ୍ଟାଇଲ, ପୁନେର ଏହି ବ୍ୟକ୍ତି ପିନ୍ଧିଲେ ଗୋଲ୍ଡେନ୍ ମାସ୍କ, ଭିଡିଓ ଭାଇରାଲ

ପୁନେ: ଏବେ କରୋନା ରୋକିବ ସୁନା । ସୁନାର ମାସ୍କ ଅଟକାଇବ ସଂକ୍ରମଣ । କଥାଟା ସୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ପୁନେର ଜଣେ ଏଭଳି ବ୍ୟକ୍ତି ଅଛନ୍ତି ଯିଏକି କରୋନା କାଳରେ ସୁନାର ମାସ୍କ ପିନ୍ଧିଛନ୍ତି । ରୋଗଠାରୁ ବଳିଯାଇଛି ତାଙ୍କ ଷ୍ଟାଇଲ । ସମସ୍ତ ଟ୍ରେଣ୍ଡକୁ ସେ ପଛରେ ପକାଇ ଦେଇଛନ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ପୁନେର ଶଙ୍କର କୁରାଣ୍ଡେ । ତାଙ୍କ ଗୋଲ୍ଡେନ୍ ମାସ୍କକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର୍ ଧରିଛି । କେବଳ ଏତିକି ନୁହେଁ ସୋସିଆଲ ମିଡିଆରେ ତାଙ୍କ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ପୁନେ ଜିଲ୍ଲାର ପିମ୍ପରି-ଚିଞ୍ଚଓ୍ବାଡ଼ର ବାସିନ୍ଦା ଶଙ୍କର କୁରାଣ୍ଡେ ନିଜ ଗୋଲ୍ଡ ମାସ୍କ ଅର୍ଥାତ୍ ସୁନାର ମାସ୍କକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ସାଢ଼େ ୫ପାଉଣ୍ଡର ସୁନାରେ ତିଆରି ଏହି ମାସ୍କର ଦାମ୍ ରହିଛି ୨.୮୯ଲକ୍ଷ ଟଙ୍କା । ଏହି ମାସ୍କରେ ଛିଦ୍ର ହୋଇଛି ଯାହା ଫଳରେ ନିଃଶ୍ବାସ ପ୍ରଶ୍ବାସ ନେବାକୁ କୌଣସି ଅସୁବିଧା ହେବ ନାହିଁ। କିନ୍ତୁ ଏଯାଏଁ ସ୍ପଷ୍ଟ ହୋଇ ନାହିଁ ଯେ ଏହି ମାସ୍କ କରୋନା ଭାଇରସକୁ ରୋକିବାରେ ସଫଳ ହେବ ନା ନାହିଁ।

ପୁନେର ଏହି ବ୍ୟକ୍ତି ଜଣଙ୍କର ସୁନା ପ୍ରତି ଅହେତୁକ ଦୁର୍ବଳତା ରହିଛି । ସେ ନିଜ ସଉକ ପାଇଁ ଏହି ଗୋଲ୍ଡେନ୍ ମାସ୍କ ତିଆରି କିରଛନ୍ତି । ଶଙ୍କର କୁରାଣ୍ଡେଙ୍କୁ ପିଲାଦିନରୁ ସୁନା ଗହଣା ପିନ୍ଧିବାର ଅତ୍ୟଧିକ ସଉକ ରହିଛି। ଏହି କାରଣରୁ ସେ ସବୁ ଆଙ୍ଗୁଠିରେ ସୁନାର ମୁଦି,ହାତରେ ସୁନାର ଚୁଡ଼ି ଏବଂ ବେକରେ ସୁନାର ବଡ଼ ଚେନ୍ ପିନ୍ଧନ୍ତି। ସୁନାର ମାସ୍କ ପିନ୍ଧୁଥିବା ଶଙ୍କର କୁରାଣ୍ଡେ ଯୁଆଡ଼େ ଯାଆନ୍ତି ଲୋକେ ତାଙ୍କ ମାସ୍କକୁ ନିଶ୍ଚୟ ଦେଖୁଛନ୍ତି। ସେ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କୁ ରୂପାର ମାସ୍କ ପିନ୍ଧିଥିବାର ଦେଖି ସୁନାର ମାସ୍କ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ।

Leave A Reply

Your email address will not be published.