Latest Odisha News

BREAKING NEWS

ଭଲ ଖବର: ସାରା ବିଶ୍ୱରେ କରୋନା ସୁସ୍ଥହାରରେ ଭାରତ ନମ୍ବର ଓ୍ୱାନ୍

ନୂଆଦିଲ୍ଲୀ: କରୋନା କାଳରେ ଭଲ ଖବର । ଦେଶବାସୀଙ୍କୁ ଆଶ୍ୱସ୍ତିକଲା ଭଳି ଖବର ଏବେ ସାମନାକୁ ଆସିଛି । ସାରା ଦେଶରେ ମହାମାରୀରୁ ସୁସ୍ଥ ହେଲେଣି ୬୨ ଲକ୍ଷରୁ ଅଧିକ ଆକ୍ରାନ୍ତ । ସୁସ୍ଥ ହାର ରହିଛି ୮୬.୭୮ ପ୍ରତିଶତ । ଅର୍ଥାତ ସାରା ବିଶ୍ୱରେ ସର୍ବାଧିକ ସୁସ୍ଥହାର ଭାରତରେ ରହିଛି ।

ଦେଶରେ ଆକ୍ଟିଭ୍ କେସ କ୍ରମାଗତ ଭାବରେ ଖସି ଚାଲିଛି । ୯ ଲକ୍ଷରୁ କମ୍ ଆକ୍ରାନ୍ତ ଏବେ ଚିକିତ୍ସାଧୀନ ଅଛନ୍ତି । କ୍ରମାଗତ ପଞ୍ଚମ ଦିନ ପାଇଁ ୯ଲକ୍ଷ ତଳେ ଆକ୍ଟିଭ୍ କେସ୍ ସଂଖ୍ୟା ରହିଛି । ଟେଷ୍ଟିଂ ସଂଖ୍ୟା ବଢୁଥିଲେ ବି ସାରା ଦେଶରୁ ଦୈନିକ ପଜିଟିଭ୍ କେସ୍ ହ୍ରାସ ପାଉଛି ।

ଦେଶରେ ୧୦ଟି ରାଜ୍ୟରେ କେବଳ ୭୯ ପ୍ରତିଶତ ଆକ୍ଟିଭ୍ କେସ ରହିଛି । ବିଶେଷ କରି ମହାରାଷ୍ଟ୍ର, କର୍ଣ୍ଣାଟକ ଓ କେରଳରେ ସକ୍ରିୟ ମାମଲା ଅଧିକ ।

ସେହିପରି ଦୈନିକ ମୃତ୍ୟୁସଂଖ୍ୟା ବି କମୁଛି । ଦେଶର ମୋଟ୍ ମୃତ୍ୟୁସଂଖ୍ୟାର ୫୩ ପ୍ରତିଶତଙ୍କ ବୟସ ୬୦ବର୍ଷରୁ ଅଧିକ । ୪୫ରୁ ୬୦ ବର୍ଷ ଭିତରେ ୩୫ ପ୍ରତିଶତ ଓ ୨୬ରୁ ୪୪ ବର୍ଷ ଭିତରେ ୧୦ ପ୍ରତିଶତ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.