ମୁମ୍ବାଇ: ଦିନେ କିଙ୍ଗଖାନ୍ ଶାହରୁଖଙ୍କ ପୁଅ ଆର୍ଯ୍ୟନ୍ ଓ ଡ୍ରଗ୍ସ ପାଇଁ ଚର୍ଚ୍ଚାକୁ ଆସିଥିଲା ମୁମ୍ବାଇ-ଗୋଆ କ୍ରୁଜ୍ ସିପ୍ । ହେଲେ ପୁଣି ରେ ଏହି କ୍ରୁଜ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଥର ଡ୍ରଗ୍ସ ପାଇଁ ନୁହେଁ ବରଂ କରୋନା ସଂକ୍ରମଣ ପାଇଁ ଏହି କ୍ରୁଜ୍ କୋକୁଆ ଭୟ ସୃଷ୍ଟି କରିଛି ।
ଗତ ରବିବାର ଏହି ବିଳାସମୟ ପାଣି-ଜାହାଜରେ ଜଣେ କର୍ମଚାରୀଙ୍କ କରୋନା ଟେଷ୍ଟ ପଜିଟିଭ ବାହାରିଥିଲା । ଏହା ପରେ ପ୍ରାୟ ୨ହଜାର ଯାତ୍ରୀ ଓ ଅନ୍ୟ କର୍ମଚାରୀଙ୍କ ନମୁନା ସଂଗ୍ରହ କରାଯାଇଥିଲା । ଖବର ମିଳିଛି ଏହି ସିପ୍ରେ ୬୬ଜଣଙ୍କ ରିପୋର୍ଟ ପଜିଟିଭ ରହିଛି ।
Covid-19 Update – Goa
Out of 2000 samples tested from Cordelia crusie ship, 66 passengers tested positive for #COVID19
Respective collectors & MPT staff have been informed of the same.The authorities will decide whether to allow disembarking of passengers from the ship.
— VishwajitRane (@visrane) January 3, 2022
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ରବିବାର ଏକ ଡାକ୍ତରୀ ଦଳ ପିପିଇ କିଟ୍ ପରିଧାନ କରି ଜାହାଜରେ ଥିବା ପ୍ରାୟ ୨ହଜାର ୧୬ ଜଣଙ୍କର ନମୁନା ଗ୍ରହଣ କରିଥିଲେ । ଗୋଆର ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେଙ୍କ ଅନୁଯାୟୀ ଏ ନେଇ ସ୍ଥାନୀୟ ଜିଲ୍ଲାପାଳ ଓ ମୁମ୍ବାଇ ପୋର୍ଟ ଟ୍ରଷ୍ଟକୁ ଖବର ଦିଆଯାଇଛି । ଖୁବଶୀଘ୍ର ଏଭଳି ଗୁରୁତର ସମସ୍ୟାର ସମାଧାନ ହେବା ପରେ ସମସ୍ତ ଯାତ୍ରୀଙ୍କୁ ଜାହାଜ ଛାଡିବା ନେଇ ଅନୁମତି ମିଳିବ । ତାଜା ରିପୋର୍ଟ ଅନୁଯାୟୀ କ୍ରୁଜ୍ ସିପକୁ ଗୋଆ ଡକ୍ରେ ରହଣୀ ପାଇଁ ଅନୁମତି ମିଳିନାହିଁ ।
Comments are closed.