Latest Odisha News

ଦ୍ୱିତୀୟ କ୍ରିକେଟ ଟେଷ୍ଟ: ଦକ୍ଷିଣ ଆଫ୍ରିକା ବୋଲିଂରେ ଧରାଶାୟୀ ହେଲା ଟିମଇଣ୍ଡିଆ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତର ବ୍ୟାଟ୍ସମ୍ୟାନ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଦକ୍ଷିଣ ଆଫ୍ରିକା ପେସ ବୋଲିଂକୁ ମୁକାବିଲା କରି ନ ପାରି ଟିମ୍ ଇଣ୍ଡିଆ ୨୦୨ ରନ କରି ଅଲଆଉଟ ହୋଇଯାଇଛି । କେଏଲ ରାହୁଲ (୫୦), ରବିଚନ୍ଦ୍ରନ ଅଶ୍ୱୀନ (୪୬) ଓ ମୟଙ୍କ ଅଗ୍ରୱାଲ ୨୬ ରନ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରି ନ ଥିଲେ ।

ଆଘାତ ସମସ୍ୟା ଯୋଗୁ ନିୟମିତ ଅଧିନାୟକ ବିରାଟ କୋହଲି ଏହି ମ୍ୟାଚରେ ଖେଳୁ ନ ଥିଲେ । ରାହୁଲ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି । ଦକ୍ଷିଣ ଆଫ୍ରିକାର ମାର୍କୋ ଜାନସେନ ସର୍ବାଧିକ ୪ଟି ଏବଂ କାଗିସୋ ରାବାଡା ଓ ଡୁଆନେ ଓଲିଭର ୩ଟି ଲେଖାଁଏ ୱିକେଟ ନେଇଥିଲେ ।

Leave A Reply

Your email address will not be published.