Latest Odisha News

BREAKING NEWS

ଏଥର ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ବନ୍ଦ!

ଭୁବନେଶ୍ୱର: ଏଥର ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ବନ୍ଦ । କରୋନା କଟକଣା ପାଇଁ ଚଳିତ ବର୍ଷ ଏହି ପୁରସ୍କାର ଉତ୍ସବ ହେବନି । ଏଯାଏଁ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ବାହାରିନି । ପୁରସ୍କାର ଚୟନ ଲାଗି ବିଚାରକ କମିଟି ଗଢ଼ା ଯାଇନି । ତେଣୁ ଏଥିରୁ ସ୍ପଷ୍ଟ ହୋଇଯାଉଛି, ପୁରସ୍କାର ଉତ୍ସବ ଆୟୋଜନ ସପକ୍ଷରେ ନାହାନ୍ତି ସରକାର ।

ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ସରକାରୀ କଟକଣା ହଟି ନାହିଁ । ତେଣୁ କେହି ଏହି ପୁରସ୍କାର ବିଷୟରେ ଚିନ୍ତା କରିନାହାନ୍ତି ।ସିନେ ନିର୍ମାତା ଓ ସମୀକ୍ଷକ କହିଛନ୍ତି, ପୁରସ୍କାର ଉତ୍ସବ ପୂର୍ବରୁ ଚୟନର ଆବଶ୍ୟକତା ରହିଛି । ପ୍ରଥମେ ପୁରସ୍କାର ଆବେଦନ ଲାଗି ଦରଖାସ୍ତ ଆହ୍ୱାନ କରାଯାଉ । ବିଜ୍ଞପ୍ତି ପ୍ରକାଶ ପାଉ । ତା’ପରେ ପ୍ରଯୋଜକ ଓ ପ୍ରଯୋଜନା ସଂସ୍ଥାମାନେ ଆବେଦନ କରିବେ ।

ଏହି ପ୍ରକ୍ରିୟା ଫେବ୍ରୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ସରିବା କଥା । ଅଗଷ୍ଟ-ସେପ୍ଟେମ୍ବର ମାସ ମଧ୍ୟରେ ପୁରସ୍କାର ଚୟନ ଲାଗି ବିଚାରକ କମିଟି ଗଢ଼ାଯାଇ ଅକ୍ଟୋବର-ନଭେମ୍ବର ମାସ ମଧ୍ୟରେ ଫିଲ୍ମ ସ୍କ୍ରିନିଂ ହୋଇଥାଏ । ତାକୁ ଦେଖି ଶ୍ରେଷ୍ଠ ପୁରସ୍କାର ବାଛିଥାନ୍ତି ବିଚାରକ । ମୁଦା ଲଫାପାରେ ଚୂଡ଼ାନ୍ତ ତାଲିକା ସଂସ୍କୃତି ବିଭାଗକୁ ପ୍ରଦାନ କରିଥାନ୍ତି । ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବେ ସାମ୍ବାଦିକ ସମ୍ମିଳନୀ କରି ପୁରସ୍କାର ଘୋଷଣା ହୋଇଥାଏ । ଏହାର ସପ୍ତାହେ, ଦି-ସପ୍ତାହେ ମଧ୍ୟରେ ପୁରସ୍କାର ଦିଆଯାଇଥାଏ । ପ୍ରତି ବର୍ଷ ଡିସେମ୍ବର ୨୫ ମଧ୍ୟରେ ଏହି ପୁରସ୍କାର ସବୁ ଦିଆଯାଇଥାଏ ।

Leave A Reply

Your email address will not be published.