Latest Odisha News

BREAKING NEWS

ପୁନମ୍ ପାଣ୍ଡେଙ୍କୁ ମହଙ୍ଗା ପଡିଲା ଅଶ୍ଳୀଳ ଭିଡିଓ !

ଗୋଆ: ପୁଣିଥରେ ବିବାଦରେ ଅଭିନେତ୍ରୀ ପୁନମ୍ ପାଣ୍ଡେ । ନିକଟରେ ଏହି ଅଭିନେତ୍ରୀ ଗୋଆରେ ସୁଟିଂ ସାରି ମୁମ୍ବାଇ ଫେରିଥିଲେ । ହେଲେ ଗୋଆରେ ସୁଟିଂ କରିବା ତାଙ୍କୁ ମହଙ୍ଗା ପଡିଛି । ଖାସ କରି ଅଶ୍ଳୀଳ ଭିଡିଓ । ଏ ନେଇ ପୁନମ୍‌ଙ୍କ ବିରୋଧରେ ଦୁଇଦୁଇଟି ଏତଲା ଦାୟର ହୋଇଛି ।

ଗୋଆର ଚାପୋଲି ଡ୍ୟାମ୍‌ରେ ନିଜର ଅଶ୍ଳୀଳ ଭିଡିଓ ସୁଟ୍ କରିବା ନେଇ ଗୋଆ ଫରୱାର୍ଡ ପାର୍ଟିର ମହିଳା ସଂଗଠନ ପୁନମଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି । ଅନ୍ୟପଟେ ଭିଡିଓ ସୁଟିଂ କରୁଥିବା ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଏତଲା ଦାୟର ହୋଇଛି । ଗୋଆର କାନାକୋନା ପୋଲିସ ଥାନାରେ ତାଙ୍କ ବିରୋଧରେ ମାମଲା ଦାୟର ହୋଇଛି ।

ଏଇ ନିକଟରେ ନିଜ ପ୍ରେମିକକୁ ବିବାହ କରିଥିଲେ ପୁନମ୍ । ହେଲେ ବିବାହର ମାତ୍ର କେଇଦିନ ପରେ ସେ ତାଙ୍କ ବିରୋଧରେ ଆଣିଥିଲେ ଶାରିରୀକ ଓ ମାନସିକ ନିର୍ଯ୍ୟାତନା । ଅଭିଯୋଗକୁ ଭିତ୍ତି କରି ପୁନମଙ୍କ ସ୍ୱାମୀ ଗିରଫ ହେବା ପରେ ବେଲରୁ ମୁକୁଳିଥିଲେ ।

Leave A Reply

Your email address will not be published.