Latest Odisha News

BREAKING NEWS

ରାଜ୍ୟରେ ୫ ଗୁଣା ହେବ କୋଭିଡ୍‌ ଶଯ୍ୟା

ଭୁବନେଶ୍ୱର: ଚଳିତ ବର୍ଷ କରୋନା ମାମଲାରେ ହଠାତ୍ ଏବଂ ତୀବ୍ର ବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଶଯ୍ୟାକୁ ପାଞ୍ଚ ଗୁଣ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ରବିବାର ଗଣମାଧ୍ୟମକୁ ସୂଚନା ଦେଇ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଂଜନ ମିଶ୍ର କହିଛନ୍ତି ଯେ ଜିଲ୍ଲା କଲେକ୍ଟରମାନଙ୍କୁ କୋଭିଡ୍‌ ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ସଂଖ୍ୟା ୪ରୁ ୫ ଗୁଣା ବୃଦ୍ଧି କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଚାରୋଟି ଶ୍ରେଣୀର ଶଯ୍ୟାର ଆବଶ୍ୟକ ରହିଛି। ଯଥାକ୍ରମେ ସାଧାରଣ ବେଡ୍‌, ଅକ୍ସିଜେନ ସପୋର୍ଟ ବେଡ୍, ଆଇସିୟୁ ବେଡ୍ ଏବଂ ଆଇସିୟୁ ସହ ଭେଣ୍ଟିଲେଟର ଥିବା ବେଡ୍‌ ବୃଦ୍ଧି କରିବାକୁ କୁହାଯାଇଛି।

ରାଜ୍ୟରେ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଇସିୟୁ ବେଡ୍‌ ବଢ଼ାଇବା ଏତେଟା ସମ୍ଭବପର ନଥିଲେ ସୁଦ୍ଧା ପ୍ରାୟ ୨ ଗୁଣ ଆଇସିୟୁ ବେଡ୍‌ ଵୃଦ୍ଧି କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

Comments are closed.