Latest Odisha News

BREAKING NEWS

ପୁରୀରେ ଅଣାୟତ କରୋନା ସ୍ଥିତି, ଆରପିଏଫ ପୋଲିସ ପକ୍ଷରୁ ରେଳଷ୍ଟେସନରେ ବ୍ୟାପକ ସଚେତନତା 

ପୁରୀ: ରାଜ୍ୟରେ ଭୟଙ୍କର ରୂପ ନେଲାଣି କରୋନା ସଂକ୍ରମଣ । ପୁରୀକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତଙ୍କ ସମାଗମ ହୋଇଥାଏ । ପୁରୀରେ କରୋନା ଚେନ୍ ବ୍ରେକ୍ କରିବାକୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଆରପିଏଫ ପୋଲିସ ପକ୍ଷରୁ ରେଳଷ୍ଟେସନରେ ବ୍ୟାପକ ସଚେତନତା କରାଯାଇଛି । ଟ୍ରେନରେ ଆସୁଥିବା ଯାତ୍ରୀଙ୍କୁ କୋଭିଡ ସମ୍ପର୍କରେ ସଚେତନ କରାଇବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

ଦୂରନ୍ତ ଏକ୍ସପ୍ରେସ, ଉତ୍କଳ, ପୁରୀ-ହାଓଡ଼ା, ତପସ୍ବିନୀ ଏକ୍ସପ୍ରେସରେ ଆରପିଏଫ ଇନ୍ସପେକ୍ଟର ଅନୀଲ କୁମାର ସିଂଙ୍କ ନେତୃତ୍ୱରେ ଏହି ସଚେତନ କରାଯାଇଛି । ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଫାଇନ ଆଦାୟ ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । 

Leave A Reply

Your email address will not be published.