Latest Odisha News

BREAKING NEWS

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ ଲାଗିଲା କଟକଣା; ଏହି ଦିନ ଯାଏ ଶ୍ରୀଜିଉଙ୍କ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ

ପୁରୀ: କରୋନାର ଉଦ୍‌ବେଗଜନକ ବୃଦ୍ଧିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଶନିବାର କହିଛି ଯେ ମନ୍ଦିର ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।

ସେବାୟତ ସଂସ୍ଥାଗୁଡ଼ିକ ସହିତ ଏକ ଭର୍ଚୁଆଲ୍ ମିଟିଂ ପରେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି।

ପ୍ରଶାସନ କହିଛି ଯେ ସେବାୟତ ତଥା ମନ୍ଦିର ଅଧିକାରୀଙ୍କ ସହାୟତାରେ ସମସ୍ତ ଦୈନନ୍ଦିନ ରୀତିନୀତି ଜାରି ରହିବ।

ପରମ୍ପରା ଅନୁଯାୟୀ ରଥ ନିର୍ମାଣ ପାଇଁ ସମସ୍ତ ପ୍ରସ୍ତୁତି ଜାରି ରହିବ। ଚନ୍ଦନ ଯାତ୍ରା, ସ୍ନାନା ଯାତ୍ରା ଏବଂ ରଥଯାତ୍ରା ସମୟରେ ମାସ୍କ ଏବଂ ସାନିଟାଇଜର ଯୋଗାଇବା ପାଇଁ ଅଗ୍ରୀମ ପଦକ୍ଷେପ ଗ୍ରହଣ କରିବ ବୋଲି କହିଛି ପ୍ରଶାାସନ।

Comments are closed.