Latest Odisha News

BREAKING NEWS

ରାଜଧାନୀରେ ୨୩୯ ପଜିଟିଭ, ୩୦୨ ସୁସ୍ଥ

ଭୁବନେଶ୍ୱର: ରାଜଧାନୀରୁ ବାହରିଲେ ପୁଣି ପଜିଟିଭ । ଗତ ୨୪ ଘଂଟାରେ ଭୁବନେଶ୍ୱରରୁ ୨୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ହଜାର ୯୦୯ରେ ପହଂଚିଛି ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କ୍ୱାରେଂଟାଇନ୍ ସେଂଟରରୁ ୬୩ ଜଣ ଓ ଲୋକାଲ କେସ୍ ୧୭୬ ଜଣ ଅଛନ୍ତି । ଏଥିସହ ୩୦୨ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ ୨୭,୯୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୬୮୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୫୦୬୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୪୪ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.