Latest Odisha News

BREAKING NEWS

୫ଜି ପାଇଁ ଜିଓ ଓ କ୍ୱାଲ୍‌କମ୍‌ର ମିଳିତ ଉଦ୍ୟମ ଘୋଷଣା

ମୁମ୍ବାଇ/ଭୁବନେଶ୍ୱର: କ୍ୱାଲ୍‌କମ ଟେକ୍ନୋଲୋଜିସ୍ ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ) ତଥା ଏହାର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ରାଡିସିସ୍ କର୍ପୋରେସନ ସହଯୋଗରେ ଭର୍ଚୁଆଲାଇଜଡ୍ ଆର୍‌ଏଏନ୍ ସହିତ ୫ଜି ସଲ୍ୟୁସନ୍ ଭିତ୍ତିକ ଏକ ଓପନ୍ ଓ ଇଟଂରଅପରେବଲ୍ ଇଟଂରଫେସ୍ ସମ୍ବଳିତ ବ୍ୟବସ୍ଥା ବିକଶିତ କରିବା ଦିଗରେ ଉଦ୍ୟମକୁ ସଂପ୍ରସାରିତ କରିଥିବା ଘୋଷଣା କରିଛନ୍ତି ।

BjdElectrycity

ଭାରତରେ ସ୍ୱଦେଶୀ ୫ଜି ନେଟ୍‌ୱର୍କ ଭିତ୍ତିଭୂମି ଓ ସେବା ବିକଶିତ କରିବା ତଥା ପ୍ରଚଳନ ଆରମ୍ଭ କରିବାକୁ ତ୍ୱରାନ୍ୱିତ କରିବା ହେଉଛି ଏହି କାର୍ଯ୍ୟର ଉଦ୍ଦେଶ୍ୟ ।

କ୍ୱାଲ୍‌କମ୍ ୫ଜି ଆର୍‌ଏଏନ୍ ପ୍ଲାଟଫର୍ମକୁ ଉପଯୋଗ କରି ଜିଓ ୫ଜିଏନ୍‌ଆର୍ ସଲ୍ୟୁସନ୍‌ରେ ସେକେଣ୍ଡ ପ୍ରତି ଏକ ଗିଗାବାଇଟ୍ (୧ ଜିବିପିଏସ୍‌) ରୁ ଅଧିକ ସ୍ପିଡ୍ ମାଇଲ ଖୁଣ୍ଟ ହାସଲ କରିଥିବା କ୍ୱାଲକମ୍ ଟେକ୍ନୋଲୋଜିସ୍ ଓ ଜିଓ ପକ୍ଷରୁ ଘୋଷଣା କରାଯାଇଛି ।

ଏହି ସଫଳତା ଜିଓର ୫ଜି ଅଭିଜ୍ଞତା ଓ ବିଶ୍ୱସନୀୟତାକୁ ସୂଦୃଢ କରିବା ସହିତ ଗିଗାବିଟ୍ ୫ଜି ଏନ୍‌ଆର୍ ଉତ୍ପାଦ ପୋର୍ଟଫୋଲିଓ କ୍ଷେତ୍ରରେ ଜିଓ ଓ ଭାରତର ପ୍ରବେଶକୁ ସୂଚିତ କରୁଛି । ୫ଜି ପ୍ରଯୁକ୍ତି ଜରିଆରେ ବ୍ୟବହାରକାରୀମାନେ ଦ୍ରୁତ ଡାଟା ହାର, ଲୋ ଲାଟେନ୍ସି ଯୋଗାଯୋଗ ଅନୁଭୂତି ଏବଂ ବିଭିନ୍ନ ପ୍ରକାର କନେକ୍ଟେଡ୍ ଡିଭାଇସ୍ ଯଥା ୫ଜି ଭିତ୍ତିକ ସ୍ମାର୍ଟଫୋନ୍‌ରୁ ଆରମ୍ଭ କରି ଏଣ୍ଟରପ୍ରାଇଜ୍ ଲାପ୍‌ଟପ୍ ପର୍ଯ୍ୟନ୍ତ ଓ ଏଆର୍ / ଭିଆର୍ ଉତ୍ପାଦରୁ ଆରମ୍ଭ କରି ଭର୍ଟିକାଲ୍ ଆଇଓଟି ସମାଧାନ ଆଦିରେ ଉନ୍ନତ ଡିଜିଟାଲ୍ ଅନୁଭୂତି ପାଇପାରିବେ ।

ମାଥ୍ୟୁ ଓମେନ୍‌, ପ୍ରେସିଡେଣ୍ଟ୍‌, ରିଲାଏନ୍ସ ଜିଓ ଇନ୍‌ଫୋକମ୍ କହିଛନ୍ତି ଯେ, “କ୍ୱାଲକମ୍ ଟେକ୍ନୋଲୋଜିସ୍ ସହିତ ମିଶି ବାସ୍ତବରେ ଓପନ୍ ଓ ସଫ୍‌ଟୟାର ନିର୍ଦିଷ୍ଟ ନୂଆ ପିଢ଼ିର କ୍ଲାଉଡ୍ ନେଟିଭ୍ ୫ଜି ଆର୍‌ଏଏନ୍ ପ୍ରଯୁକ୍ତି ବିକଶିତ କରିଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ।

ଦୁର୍ଗା ମାଲ୍ଲାଡି, ବରିଷ୍ଠ ଉପ ସଭାପତି ଓ ମହାପ୍ରବନ୍ଧକ, ୪ଜି/୫ଜି, କ୍ୱାଲ୍‌କମ୍ ଟେକ୍ନୋଲୋଜିସ୍ କହିଛନ୍ତି ଯେ, “ସାରା ବିଶ୍ୱରେ ଭର୍ଚୁଆଲାଇଜଡ୍ ଓ ଇଟଂରଅପରେବଲ୍ ୫ଜି ଭିତିଭୂମି ପାଇଁ ସର୍ବାଧୁନିକ ପ୍ରଯୁକ୍ତି ପ୍ରଦାନ କରିବା ପାଇଁ କ୍ୱାଲ୍‌କମ୍ ଟେକ୍ନୋଲୋଜିସ୍ ଲକ୍ଷ୍ୟ ରଖିଛି ।

ରାଜେନ୍ ବଗାଡ଼ିଆ, ଉପ ସଭାପତି, କ୍ୱାଲ୍‌କମ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଓ ସଭାପତି, କ୍ୱାଲ୍‌କମ୍ ଇଣ୍ଡିଆ କହିଛନ୍ତି ଯେ, “ରିଲାଏନ୍ସ ଜିଓ ସହିତ ଆମର ରହିଥିବା ଦୀର୍ଘ ସମୟର ସମ୍ପର୍କରେ ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଥିବାରୁ ଆମେ ଆନନ୍ଦିତ ଯାହା ଆମର ୫ଜି ପାଇଁ ରହିଥିବା ମିଳିତ ଲକ୍ଷ୍ୟ ଏବଂ ଭାରତର ଡିଜିଟାଲ୍ ପୂନର୍ବିନ୍ୟାସକୁ ଦିଗରେ ସହାୟକ ହେବ” ।

ଜିଓର ଅଭିନବ ଉଦ୍ୟମ ଯୋଗୁଁ ମୋବାଇଲ୍ ବ୍ରଡ୍‌ବ୍ୟାଣ୍ଡ୍ କ୍ଷେତ୍ରରେ ଭାରତ ବିଶ୍ୱର ସର୍ବବୃହତ ଉପଭୋକ୍ତା ଭାବେ ଉଭା ହୋଇଛି । ଭର୍ଚୁଆଲାଇଜଡ୍ ୫ଜି ଏନ୍‌ଆର୍ ସମାଧାନ ସହିତ କ୍ୟାରିୟର ମାନର ସଫଟଓୟାର ଭିତିକ ଆରଏଏନ୍ ସମାଧାନ ବ୍ୟବସ୍ଥାକୁ ଜିଓ ଆଗକୁ ବଢ଼ାଉଛି ଯାହାକୁ ଭାରତ ଏବଂ ବାହାରର ୫ଜି ସେବା ଏବଂ ଅନୁଭୂତି ପାଇଁ ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.