Latest Odisha News

BREAKING NEWS

ତୃତୀୟ ଲହର ଲୋକଙ୍କ ଉପଯୁକ୍ତ ଆଚରଣ ଉପରେ ନିର୍ଭର କରେ; ଏମ୍‌ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ କହିଛନ୍ତି ଯେ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଏବଂ ତୃତୀୟ ତରଙ୍ଗର ଭୟ‌ାବହତା ଆଗକୁ କେତେ କ୍ଷୀପ୍ର ହେବ ତାହା ନାଗରିକଙ୍କ କୋଭିଡ୍‌ର ଉପଯୁକ୍ତ ଆଚରଣ ଉପରେ ନିର୍ଭର କରେ।

ସେ ଆହୁରି କହିଛନ୍ତି ଯେ ” ଯେ ଲୋକମାନେ ବୁଝିବା ଉଚିତ୍ ଯେ ମହାମାରୀର ଦ୍ୱିତୀୟ ତରଙ୍ଗ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଦୈନିକ, ୪୦ ହଜାରରୁ ଅଧିକ ମାମଲା ରିପୋର୍ଟ ହେଉଛି। ସମସ୍ତେ ଉପଯୁକ୍ତ କୋଭିଡ୍‌ ଆଚରଣ ଅନୁସରଣ କରିବା ଜରୁରୀ। ଯଦି ସଠିକ୍‌ ଭାବେ କୋଭିଡ୍‌ ନିୟମ ପାଳନ ହୁଏ ତେବେ ଆଉ ଏକ ତରଙ୍ଗ ଆସିପାରିବ ନାହିଁ ବୋଲି କହିଛନ୍ତି। ଏମ୍‌ସ ନିର୍ଦ୍ଦେଶକ କହିଛନ୍ତି ଯେ କରୋନାର ଉପଯୁକ୍ତ ଆଚରଣ ପରବର୍ତ୍ତୀ ତରଙ୍ଗର ପ୍ରଭାବକୁ ହ୍ରାସ କରିପାରେ।

Leave A Reply

Your email address will not be published.