Latest Odisha News

BREAKING NEWS

ଆଜି ଓଡ଼ିଶାରୁ ୧୧୩୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ହଜାରେ ତଳକୁ ଖସୁନି କରୋନାର ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୧ଶହ ୩୨ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୬୫୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୭୫ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୮ହଜାର ୮୭୨ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୧.୬୪ ପ୍ରତିଶତ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୦, କଟକରୁ ୧୯୭ ପଜିଟିଭ୍ ବାହାରିଛନ୍ତି । ସେହିପରି ବାଲେଶ୍ୱରରୁ ୭୦, ଜଗତସିଂହପୁରରୁ ୪୨, ମୟୂରଭଞ୍ଜରୁ ୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ନୂଆପଡ଼ା ଜିଲ୍ଲାରୁ କେହି ନୂଆ ସଂକ୍ରମିତ ହୋଇ ନାହାନ୍ତି । ବାକି ୨୪ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଭିତରେ ରହିଛି ।

ଆଉ ୬୬ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁ ସଂଖ୍ୟା ୬ହଜାର ୮୨୩କୁ ବୃଦ୍ଧି ପାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୯୩ହଜାର ୫୦୭କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୭୫ହଜାର ୯୯୯ । ଏବେ ରାଜ୍ୟରେ ୧୦ହଜାର ୬୩୨ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.