Latest Odisha News

BREAKING NEWS

କରୋନା ଦୂର କରିବ ‘କୋରୋନିଲ’, ୭ ଦିନରେ ସୁସ୍ଥ ହେବେ ରୋଗୀ !

ନୂଆଦିଲ୍ଲୀ: ଏବେ କରୋନା ଦୂର କରି ‘କୋରୋନିଲ’ । କ୍ଳିନିକାଲ ଟ୍ରାଏଲ୍‌ରେ ୭ ଦିନ ଭିତରେ ୧୦୦ ପ୍ରତିଶତ ସୁସ୍ଥ ହେବେ ରୋଗୀ । ଏଭଳି ଦାବି କରିଛନ୍ତି ଯୋଗ ଗୁରୁ ରାମଦେବ ବାବା । ମହାମାରୀ କରୋନା ପାଇଁ ଏଯାଏଁ କୌଣସି ଔଷଧ ବାହାରି ନାହିଁ । ତେବେ ଏହାରି ଭିତରେ ଯୋଗଗୁରୁ ରାମଦେବ ବାବା କରୋନା ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧ ବାହାର କରିଛନ୍ତି । ସେ କୋରୋନିଲ ନାମକ ଏକ ଔଷଧ ଲଂଚ କରିଛନ୍ତି । ଏହି ଔଷଧ କିଟ୍‌ର ଦାମ୍ ରହିଛି ୫୪୫ ଟଙ୍କା ।

ଏହି ଔଷଧକୁ ପତାଞ୍ଜଳି ଯୋଗାପୀଠ ପ୍ରସ୍ତୁତ କରିଛି । ରାମଦେବ କହିଛନ୍ତି ଯେ କାରୋନିଲରେ ଗିଲୋୟ, ତୁଳସୀ ଏବଂ ଅଶ୍ଵଗନ୍ଧା ରହିଛି ଯାହା ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ । ଏହି ଔଷଧ କ୍ରୋନିକ ରୋଗରୁ ରକ୍ଷା କରିବ । ରାମଦେବ ବାବା ଦାବି କରିଛନ୍ତି ଯେ କୋରାନିଲର କ୍ଲିନିକାଲ କେସ ଷ୍ଟଡିରେ ୨୮୦ ରୋଗୀଙ୍କୁ ସାମିଲ କରାଯାଇଥିଲା । ୧୦୦ ଜଣଙ୍କ ଉପରେ କ୍ଲିନିକାଲ କଣ୍ଟ୍ରୋଲ ଟ୍ରାଏଲ କରାଯାଇଥିଲା । ୩ ଦିନ ଭିତରେ ୬୯ ପ୍ରତିଶତ ପଜିଟିଭ ରୋଗୀ ଔଷଧ ବ୍ୟବହାର ପରେ ନେଗେଟିଭ ହୋଇଥିଲେ । ୭ ଦିନ ମଧ୍ୟରେ ୧୦୦ ପ୍ରତିଶତ ରୋଗୀ ସୁସ୍ଥ ହୋଇଯାଇଥିଲେ ।

ରାମଦେବ ବାବା ଯେଉଁ କରୋନା କିଟ ଲଞ୍ଚ କରିଛନ୍ତି ସେଥିରେ କୋରାନିଲ ଛଡା ଶ୍ୱାସରୀ ବାଟି ଓ ଅଣୁ ତେଲ ରହିଛି । ରାମଦେବ କହିଛନ୍ତି ଯେ ୩ଟିକୁ ଏକାସଙ୍ଗେ ବ୍ୟବହାର କଲେ କରୋନା ସଂକ୍ରମଣ ଶେଷ ହୋଇପାରେ ଏବଂ ରୋଗରୁ ମଧ୍ୟ ରକ୍ଷା ପାଇହେବ ।

Leave A Reply

Your email address will not be published.