Latest Odisha News

BREAKING NEWS

୨ୟ ଡୋଜ ଟିକା ନେବା ପରେ ସ୍ବାସ୍ଥ୍ୟ ଅଧିକାରୀ କରୋନା ପଜିଟିଭ ଚିହ୍ନଟ

ଜଲନା: ମହାରାଷ୍ଟ୍ରରେ ଦୁଇଜଣ ସ୍ୱାସ୍ଥ୍ୟ ଅଧିକାରୀ କରୋନା ଟିକାର ଦ୍ୱିତୀୟ ଡୋଜ ନେବା ପରେ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଉଭୟ ରୋଗୀ କିଛି ଦିନ ପୂର୍ବରୁ ଦ୍ୱିତୀୟ ଡୋଜ ନେଇଥିଲେ। ତେବେ ଦୁହେଁ କରୋନାର ସାମାନ୍ୟ ଲକ୍ଷଣ ଅନୁଭବ କରିଥିଲେ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ପରେ ଯେତେବେଳେ ସେମାନଙ୍କର ନମୁନା ପରୀକ୍ଷା କରାଯାଇଥିଲା, ସେମାନେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ବୋଲି ସମ୍ପୃକ୍ତ ଅଧିକାରୀ ଜଣକ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ସୂଚନା ଦେଇଛନ୍ତି।

ତେବେ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ମାମଲା ସତର୍କ କରାଉଛି ଯେ ଟିକା ତୁରନ୍ତ କାମ କରେ ନାହିଁ ଏବଂ ଟିକା ନେଉଥିବା ବ୍ୟକ୍ତି ମାନେ ନିଶ୍ଚିତ ଭାବରେ କରୋନା ପ୍ରୋଟୋକଲ୍ ଅନୁସରଣ କରିବା ଆବଶ୍ୟକ।

Comments are closed.