କେନ୍ଦ୍ରାପଡା: ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମଣ । ଦିନକୁ ଦିନ ଅଣାୟତ୍ତ ହେଉଛି । କେନ୍ଦ୍ରାକଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ମଧ୍ୟ ଦିନକୁ ଦିନ ପଜିଟିଭଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପଟ୍ଟାମୁଣ୍ଡାଇ ବଜାର ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି ।
ଆଜିଠାରୁ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ପଟ୍ଟାମୁଣ୍ଡାଇ ବଜାର । ୨ଟା ପରେ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ବଜାରର ବିଭିନ୍ନ ସଂଗଠନ । କରୋନା ସଂକ୍ରମଣ ବଢ଼ୁଥିବାରୁ ବ୍ୟବସାୟୀମାନେ ଏହି ନିଷ୍ପତ୍ତି ନେଇଛନ୍ତି ।
Comments are closed.