Latest Odisha News

BREAKING NEWS

ଦିନକରେ ଦେଶରୁ ୮୬ ହଜାର ନୂଆ କରୋନା ଆକ୍ରାନ୍ତ, ୧୧୮୧ ମୃତ

ନୂଆଦିଲ୍ଲୀ: ଦେଶରେ ୬୩ ଲକ୍ଷ ଟପିଛି କରୋନା କେସ୍ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୮୬ ହଜାର ୮୨୧ ନୂଆ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୩ଲକ୍ଷ ୧୨ ହଜାର ୫୮୫କୁ ବୃଦ୍ଧି ପାଇଛି ।

ଦେଶରେ ଲକ୍ଷେ ମୁହାଁ କରୋନା ମୃତ୍ୟୁସଂଖ୍ୟା । ଆଉ ଦିନେ ଦୁଇ ଦିନରେ ଲକ୍ଷେ ଛୁଇଁବ ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ଆଉ ୧୧ଶହ ୮୧ ଜୀବନ ନେଇଛି କରୋନା । ମୋଟ୍ ମୃତ୍ୟୁସଂଖ୍ୟା ୯୮ ହଜାର ୬୭୮କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ରହିଛି ୧.୫୬% ।

ଦେଶରେ ସୁସ୍ଥଙ୍କ ସଂଖ୍ୟା ୫୨ ଲକ୍ଷ ୭୩ ହଜାର ୨୦୨କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ରହିଛି ୯ଲକ୍ଷ ୪୦ ହଜାର ୭୦୫ । ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ସର୍ବାଧିକ ୧୮ ହଜାର ୩୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରୁ ୮ ହଜାର ୮୫୬, କେରଳରୁ ୮ ହଜାର ୮୩୦, ଆନ୍ଧ୍ରପ୍ରଦେଶରୁ ୬ ହଜାର ୧୩୩ ପଜିଟିଭ୍ କେସ୍ ବାହାରିଛି ।

Leave A Reply

Your email address will not be published.