Latest Odisha News

ବ୍ରାଜିଲ ରାଷ୍ଟ୍ରପତି କହିଲେ କରୋନା ଟୀକା ନେଲେ ଲୋକେ କୁମ୍ଭୀର ହୋଇଯିବେ !

ବ୍ରାସିଲିଆ: ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସୋନାରୋଙ୍କ ମନ୍ତବ୍ୟ ଏବେ ସାରା ବିଶ୍ୱରେ ଚର୍ଚ୍ଚାର କାରଣ ସାଜିଛି । ସେ କହିଛନ୍ତି କରୋନା ଭ୍ୟାକ୍ସିନ ନେଲେ ଲୋକେ କୁମ୍ଭୀର ହୋଇଯିବେ, ମହିଳାମାନଙ୍କ ଦାଢ଼ୀ ଉଠିବ ଏପରିକି ପୁରୁଷ ସ୍ୱର ମହିଳାଙ୍କ ଭଳି ମଧ୍ୟ ହୋଇପାରେ । ଫାଇଜର ଏବଂ ବାୟୋଏନଟେକ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଟୀକା ଏବେ ବ୍ରିଟେନ, ଆମେରିକା ସାର୍ବଜନୀକ ଭାବେ ଦିଆଯାଉଛି ।

ଟୀକା କମ୍ପାନୀ କୌଣସି ପାଶ୍ୱର୍ ପ୍ରତିକ୍ରିୟା ନେଇ ଦାୟୀ ରହିବ ନାହିଁ ବୋଲି ଚୁକ୍ତିରେ ଉଲ୍ଲେଖ କରିଛି । ଏହି ଚୁକ୍ତିକୁ ସମାଲୋଚନା କରି ଜାଏର ଏ ଭଳି କହିଛନ୍ତି । ଏବେ ଏହି ଟୀକା ବ୍ରାଜିଲରେ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯିବ ।

Comments are closed.