Latest Odisha News

BREAKING NEWS

ସାମ୍ବାଦିକଙ୍କୁ ଟିକା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି

ଭୁବନେଶ୍ବର : ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ଟିକାକରଣରେ ସାମିଲ ପାଇଁ ଚିଠି । କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସେହିପରି ସମ୍ମୁଖ ଯୋଦ୍ଧା ଭାବେ କାମ କରୁଥିବା ଆଉ କିଛି ବର୍ଗଙ୍କୁ ଏହି ଟିକାକରଣରେ ସାମିଲ ପାଇଁ ଚିଠି ଲେଖାଯାଇଛି । ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀଙ୍କୁ ଟିକାକରଣ ଅଭିଯାନରେ ସାମିଲ ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ପ୍ରଦୀପ୍ତ ମହାପାତ୍ର ।

ସେହିପରି ବିଦ୍ୟୁତ ଓ ଜଳଯୋଗାଣ କର୍ମଚାରୀଙ୍କୁ ମଧ୍ୟ ଟିକାକରଣରେ ସାମିଲ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ବିମାନବନ୍ଦର ଓ ରେଳବାଇ ଓ ବନ୍ଦରରେ କାର୍ଯ୍ୟରତ କର୍ମଚାରୀଙ୍କୁ ବି ସାମିଲ କରିବାକୁ କୁହାଯାଇଛି । ଏହାଛଡ଼ା ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । କରୋନା ସମୟରେ ଏମାନଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ଥିଲା । ଯଦି ଏହି ଚିଠିକୁ କେନ୍ଦ୍ର ସରକାର ଗ୍ରହଣ କରିନ୍ତି, ତାହେଲେ ସାମ୍ବାଦିକମାନଙ୍କୁ ଟିକାକରଣରେ ସାମିଲ କରାଯିବ ।

Leave A Reply

Your email address will not be published.