Latest Odisha News

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନାକୁ ନେଇ ଦେଶରେ ବଢୁଛି ଚିନ୍ତା । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ଟିକାକରଣ ଅଭିଯାନ ବି ଜାରି ରହିଛି । ଏହାରି ଭିତରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୬୧ କରୋନା ଆକ୍ରାନ୍ତ । ଅନୁଗୁଳ ଓ ସମ୍ବଲପୁରରୁ ୯ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ୬ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ଖୋର୍ଦ୍ଧାରୁ ୫ ଜଣ, ବାଲେଶ୍ବର ଓ ଗଞ୍ଜାମରୁ ୪ ଜଣ ଲେଖାଏଁ, ଗଜପତି ଓ ଯାଜପୁରରୁ ୩ ଜଣ ଲେଖାଏଁ, କଟକ, କେନ୍ଦୁଝର, ପୁରୀ ଓ ରାୟଗଡ଼ାରୁ ୨ ଜଣ ଲେଖାଏଁ, ବରଗଡ଼, ବଲାଙ୍ଗିର, ଦେବଗଡ଼ ଓ ନୂଆପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୩୫ ହଜାର ୮୫୭ ଜଣ କରୋନା ଆକ୍ରାନ୍ତ ।

Leave A Reply

Your email address will not be published.