Latest Odisha News

ଟିକାର ଘୋର ଅଭାବ: ବ୍ରହ୍ମପୁରରେ କିଛି ସେଣ୍ଟରରେ ଟିକାକରଣ ବନ୍ଦ !

ବ୍ରହ୍ମପୁର: ଟିକା ନଥିବାରୁ ବନ୍ଦ ରହିବ ଟିକାକରଣ । ବ୍ରହ୍ମପୁରରୁ ଏଭଳି ଏଭଳି ଚିତ୍ର ସାମନାକୁ ଆସିଛି । ଟିକା ନଥିବାରୁ ସହରର କିଛି ସଂଣ୍ଟରରେ ଟିକାକରଣ ବନ୍ଦ ରହିବ । ଏନେଇ ଟିକାକରଣ କେନ୍ଦ୍ରରେ ସୂଚନା ଫଳକ ଲାଗିଛି । ଯେଉଁଠାରେ ଲେଖାଅଛି, ଟିକା ନଥିବାରୁ ଟିକାକରଣ ପ୍ରକ୍ରିୟା ବନ୍ଦ ରହିବ ।

ସେହିପରି ବ୍ରହ୍ମପୁର ସହରର ଆଉ ଗୋଟିଏ କେନ୍ଦ୍ରରେ ବି ସମାନ ଘଟଣା ନଜରକୁ ଆସିଛି । ସେଠାରେ ଲେଖାଅଛି ସୋମବାର, ମଙ୍ଗଳବାର ଓ ବୁଧବାର ବନ୍ଦ ରହିବ । ଗୁରୁବାରଠାରୁ ଆରମ୍ଭ ହେବ ଟିକାକରଣ । ଗଞ୍ଜାମ ଜିଲ୍ଲାରେ ମୋଟ୍ ୧୦୧ କେନ୍ଦ୍ରରେ ଟିକାଦାନ ପାଇଁ ବ୍ୟବସ୍ଥା ହୋଇଥିଲା । କିଛି କେନ୍ଦ୍ରରେ ଆବଶ୍ୟକ ଅନୁସାରେ ଟିକା ନଥିବାରୁ ଆଜି ଟିକାକରଣ ରନ୍ଦ ରହିବ । ତେବେ କେତେକ କେନ୍ଦ୍ରରେ ଟିକାକରଣ ଜାରି ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.