ଭୁବନେଶ୍ୱର: କୋଭିଡ ଗାଇଡଲାଇନ୍ ଉଲ୍ଳଂଘନ ଅଭିଯୋଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାଁରେ ମାମଲା ପ୍ରସଙ୍ଗରେ ରାଜନୀତି ଜୋର୍ ଧରିଛି । ଅପରାଜିତାଙ୍କ ବିରୋଧରେ କି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ନେଇ କମିଶନରେଟ୍ ପୋଲିସକୁ ଆକ୍ସନ ଟେକେନ୍ ରିପୋର୍ଟ ମାଗିଛି ବିଏମସି।
ସେପଟେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା । ତାଙ୍କ ବିରୋଧରେ ଏଫ୍ଆଇଆର୍କୁ ସରକାରୀ ପ୍ରୟୋଜିତ ବୋଲି ସେ କହିଛନ୍ତି । ଅନ୍ୟପଟେ ଏହି ମାମଲାରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ମାମଲାରେ ନିଜର ସ୍ପଷ୍ଟୀକରଣ ଦେଇସାରିଛନ୍ତି। ଏହି ମାମଲା ପଛରେ ରାଜନୈତିକ ଷଡ଼ଯନ୍ତ୍ର ରହିଛି ଏବଂ ତଦନ୍ତ ହେଲେ ସ୍ପଷ୍ଟତା ଆସିବ ବୋଲି ବିଜେପି କହିଛି।
Comments are closed.