ଭୁବନେଶ୍ୱର: କରୋନା ଭୂତାଣୁ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ଗାଇଡଲାଇନ ଜାରି ହୋଇଛି । ତେବେ ସାମାଜିକ ଦୂରତା ଆଳରେ ଜିଲ୍ଲାରେ ୧୪୪ ଧାରା ଲାଗୁ କରିପାରିବେନି ଜିଲ୍ଲାପାଳ ଏବଂ ପୁଲିସ । ବରଂ ସୋସିଆଲ କ୍ୟାମେଂନ ଜରିଆରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି ।
ସେହିଭଳି ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନ, ହାଟ ଓ ସୁପର ମାର୍କେଟ ବନ୍ଦ ହେବନି। କିନ୍ତୁ ଏକସଙ୍ଗେ ୨୦ରୁ ୩୦ ଲୋକ ଯେପରି ନରହିବେ ସେ ନେଇ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ସାମାଜିକ ଦୂରତ୍ୱ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ସରେ କୁହାଯାଇଛି । ଆହାର କେନ୍ଦ୍ର, ଓମଫେଡ ବୁଥ, କ୍ୟାଂଟିନରେ ହାତ ଧୋଇବା ବାଧ୍ୟ କରାଯାଇଛି ।
ସେହିପରି ବୟସ୍କ ଉପଭୋକ୍ତାଙ୍କ ଘରେ ପିଡିଏସ୍ ସାମଗ୍ରୀ ପହଂଚାଇ ଦିଆଯିବ । ବସ୍, ଟାକ୍ସି, ଅଟୋର ସିଟ୍ ଏବଂ ସାଇଡବାରକୁ ବାରମ୍ବାର ସଫାକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବସରେ ଯାତ୍ରୀଙ୍କ ମଧ୍ୟରେ ୧ ମିଟର ଦୂରତା ରଖିବାକୁ କୁହାଯାଇଛି । ବ୍ୟାଙ୍କ , ଏଟିଏମ ପୋଷ୍ଟ ଅଫିସରେ ସାନିଟାଇଜର ରହିବ । ଧାର୍ମିକ ସ୍ଥଳରେ ପରସ୍ପର ଭିତରେ ୧ ମିଟର ଦୂରତା ରଖିବେ ଶ୍ରଦ୍ଧାଳୁ । ଏତଦ୍ ବ୍ୟତୀତ ବିଭିନ୍ନ ସଂସ୍ଥାରେ କରୋନା ପ୍ରତିରୋଧ ନିୟମର କଡ଼ାକଡ଼ି ପାଳନକୁ ଗୁରୁତ୍ୱ ଦିଆଯାଇଛି।
BREAKING NEWS
- ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା
- January 2026 Five Rare Rajyog:ଜାନୁଆରୀରେ ୫ଦୁର୍ଲଭ ରାଜଯୋଗ;ଏହି ରାଶିମାନଙ୍କ ଫିଟିବ ଭାଗ୍ୟ
- ତାମିଲନାଡୁରେ ଓଡ଼ିଆଙ୍କ ମୃତ୍ୟୁ; ତଦନ୍ତ ପାଇଁ ଅଧିକାରୀଙ୍କୁ ପଠାଇଲେ ମୁଖ୍ୟମନ୍ତ୍ରୀ
- ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
- ରଣବୀରଙ୍କ ସ୍ଥାନରେ ହ୍ରିତିକ ହୋଇ ପାରନ୍ତି ଡନ
- ଭାରତର ଜିଡିପି ଠାରୁ ଅଧିକ ସୁନା ରହିଛି ଲୋକଙ୍କ ଘରେ…
- ସଚିନଙ୍କ ବିଶ୍ୱରେକର୍ଡ ଭାଙ୍ଗିବାକୁ କୋହଲିଙ୍କୁ ଆବଶ୍ୟକ ୨୫ ରନ
- Bangladeshi Fundamentalist Groups: ଉତ୍ତର-ପୂର୍ବକୁ ଅସ୍ଥିର କରିବାର ବଡ଼ ଷଡ଼ଯନ୍ତ୍ର ପଣ୍ଡ…କୁଖ୍ୟାତ JMBର ୧୧ ଆତଙ୍କବାଦୀ ଗିରଫ
- Dhruv NG Helicopter Lifts Off:ଭାରତୀୟ ସେନାର ଧ୍ରୁବ-ଏନଜି ହେଲିକପ୍ଟରରେ ଯାତ୍ରା କରିପାରିବେ ସାଧାରଣ ନାଗରିକ ; ପ୍ରଥମ ଉଡ଼ାଣ ସଫଳ
- ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଖେଳି ନ ପାରନ୍ତି ଶ୍ରେୟାଶ ଆୟାର
Comments are closed.