ଭୁବନେଶ୍ୱର: କରୋନା ଭୂତାଣୁ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ଗାଇଡଲାଇନ ଜାରି ହୋଇଛି । ତେବେ ସାମାଜିକ ଦୂରତା ଆଳରେ ଜିଲ୍ଲାରେ ୧୪୪ ଧାରା ଲାଗୁ କରିପାରିବେନି ଜିଲ୍ଲାପାଳ ଏବଂ ପୁଲିସ । ବରଂ ସୋସିଆଲ କ୍ୟାମେଂନ ଜରିଆରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି ।
ସେହିଭଳି ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନ, ହାଟ ଓ ସୁପର ମାର୍କେଟ ବନ୍ଦ ହେବନି। କିନ୍ତୁ ଏକସଙ୍ଗେ ୨୦ରୁ ୩୦ ଲୋକ ଯେପରି ନରହିବେ ସେ ନେଇ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ସାମାଜିକ ଦୂରତ୍ୱ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ସରେ କୁହାଯାଇଛି । ଆହାର କେନ୍ଦ୍ର, ଓମଫେଡ ବୁଥ, କ୍ୟାଂଟିନରେ ହାତ ଧୋଇବା ବାଧ୍ୟ କରାଯାଇଛି ।
ସେହିପରି ବୟସ୍କ ଉପଭୋକ୍ତାଙ୍କ ଘରେ ପିଡିଏସ୍ ସାମଗ୍ରୀ ପହଂଚାଇ ଦିଆଯିବ । ବସ୍, ଟାକ୍ସି, ଅଟୋର ସିଟ୍ ଏବଂ ସାଇଡବାରକୁ ବାରମ୍ବାର ସଫାକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବସରେ ଯାତ୍ରୀଙ୍କ ମଧ୍ୟରେ ୧ ମିଟର ଦୂରତା ରଖିବାକୁ କୁହାଯାଇଛି । ବ୍ୟାଙ୍କ , ଏଟିଏମ ପୋଷ୍ଟ ଅଫିସରେ ସାନିଟାଇଜର ରହିବ । ଧାର୍ମିକ ସ୍ଥଳରେ ପରସ୍ପର ଭିତରେ ୧ ମିଟର ଦୂରତା ରଖିବେ ଶ୍ରଦ୍ଧାଳୁ । ଏତଦ୍ ବ୍ୟତୀତ ବିଭିନ୍ନ ସଂସ୍ଥାରେ କରୋନା ପ୍ରତିରୋଧ ନିୟମର କଡ଼ାକଡ଼ି ପାଳନକୁ ଗୁରୁତ୍ୱ ଦିଆଯାଇଛି।
BREAKING NEWS
- ଔଷଧ ଉପରେ ୧୦୦ ପ୍ରତିଶତ ଶୁଳ୍କ
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
- Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- Kharazi ‘gravely wounded’:ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ପରାମର୍ଶଦାତା ଖରାଜି ଗୁରୁତର
- ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ନିର୍ଦ୍ଦେଶ…
- ଆଇପିଏଲ: ୟେଶାଙ୍କୁ ଡେଟ କରୁଛନ୍ତି କି ସମୀର
- Unprecedented action: ରାଜନାଥ ସିଂହଙ୍କ ପାକିସ୍ତାନକୁ କଡା ଚେତାବନୀ; ‘ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ,ଦୁଃସାହସ କଲେ…’
Comments are closed.