ନୂଆଦିଲ୍ଲୀ: କରୋନା ପ୍ରଭାବରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧୯ ଲକ୍ଷ ୭୯ ହଜାର ୪୪୭ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨୬,୫୩୯ ଛୁଇଁଛି। ଏହାସହ ୪୮୫,୬୭୪ ଜଣ ଆକ୍ରାନ୍ତ ଭଲ ହୋଇଥିବା ମଧ୍ୟ ରିପୋର୍ଟରେ ପ୍ରକାଶ ।
ଏହି ଭୂତାଣୁ ବର୍ତ୍ତମାନ ସୁଦ୍ଧା ପ୍ରାୟତଃ ସବୁଆଡେ ବ୍ୟାପି ସାରିଛି। ମୋଟ କରୋନା ମାମଲା ମଧ୍ୟରୁ ଆମେରିକା ସର୍ବାଧିକ ସଂକ୍ରମିତ ଦେଶ ଭବେ ଚିହ୍ନଟ କରାଯାଇଛି ।
ଅନ୍ୟପଟେ ଭାରତରେ ମଧ୍ୟ ଏହା ନିଜର କାୟା ବିସ୍ତାର କରିବା ଆରମ୍ଭ କରି ଦେଲାଣି ।
ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢେ ୧୧୦୦୦ ଟପିଥିବା ବେଳେ ମୃତକଙ୍କ ସଂଖ୍ୟା ୩୭୭ ଛୁଇଁଛି ।
ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ମାର୍ଚ୍ଚ ୧୧ ରେ ମହମାରୀ ରୂପେ ଘୋଷଣା କରାଯାଇଥିଲା ।
Comments are closed.