Latest Odisha News

BREAKING NEWS

ତୃତୀୟ ଲହର ସମ୍ଭାବନା ବହୁତ କମ୍; ଆଇଆଇଟି ପ୍ରଫେସର

ନୂଆଦିଲ୍ଲୀ: ଆଇଆଇଟି କାନପୁରର ବରିଷ୍ଠ ବୈଜ୍ଞାନିକ, ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ ଦାବି କରିଛନ୍ତି ଯେ କରୋନା ସଂକ୍ରମଣର ତୃତୀୟ ଲହର ଆସିବା ସମ୍ଭାବନା ବହୁତ କମ୍। ଯଦି ବି ଆସେ ତାହା ନଆସିବା ସହିତ ସମାନ ହେବ। ଏହାପୂର୍ବରୁ ଅକ୍ଟୋବର ମାସ ସୁଦ୍ଧା ଦେଶରେ କରୋନର ତୃତୀୟ ଲହର ଆରମ୍ଭ ହୋଇପାରେ ବୋଲି ଗୃହ ମନ୍ତ୍ରାଳୟ ବିଶେଷଜ୍ଞ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏନେଇ ରିପୋର୍ଟ ପ୍ରଦାନ କରାଯାଇଛି।

ତାଙ୍କର ଗାଣିତିକ ‘ମଡେଲ ଫର୍ମୁଲା’ ଉପରେ ଆଧାର କରି ତାଙ୍କର ନୂତନ ଅଧ୍ୟୟନ ଅନୁଯାୟୀ ସେ ପ୍ରକାଶ କରି ସେ କହିଛନ୍ତି ଯେ ଟିକାକରଣ ଏହି ବିପଦକୁ ଆହୁରି ହ୍ରାସ କରିଛି।

ଏହି ଟିକାକରଣ ବହୁ ପରିମାଣରେ ସଂକ୍ରମଣର ହ୍ରାସକୁ ସୁନିଶ୍ଚିତ କରିଛି। ସେ କହିଛନ୍ତି ଯେ ୟୁପି, ବିହାର, ଦିଲ୍ଲୀ ଭଳି ରାଜ୍ୟ ପ୍ରାୟ ସଂକ୍ରମଣମୁକ୍ତ ହେବାକୁ ଯାଉଛନ୍ତି। ତଥାପି ଦେଶରେ ସକ୍ରିୟ ମାମଲା ୧୫ ହଜାର ପର୍ଯ୍ୟନ୍ତ ରହିବ। ଅକ୍ଟୋବର ମାସ ସୁଦ୍ଧା ଉତ୍ତର-ପୂର୍ବ ରାଜ୍ୟ ତଥା ତାମିଲନାଡୁ, ତେଲେଙ୍ଗାନା, କେରଳରେ ମଧ୍ୟ ସଂକ୍ରମଣ ବଢିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

Comments are closed.