Latest Odisha News

BREAKING NEWS

କୋଭିଡ୍ ସଚେତନତା ରଥର ଶୁଭାରମ୍ଭ

ଭୁବନେଶ୍ୱର : ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ରାଜ୍ୟ ସଂସ୍କୃତି ବିଭାଗ କାର୍ଯ୍ୟାଳୟରୁ ପରିକ୍ରମା ଆରମ୍ଭ କରିଥିବା ଏହି ରଥ ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଗଂଜାମ, ଖୋର୍ଦ୍ଧା ଆଦି ଜିଲ୍ଲା ବୁଲି ଲୋକଙ୍କୁ କରୋନା ନେଇ ସଚେତନ କରିବ । ଆସନ୍ତା ୩୦ ତାରିଖ ଯାଏଁ ଏହି ରଥ ବୁଲିବ । ମହାମାରୀ ନେଇ ଲୋକଙ୍ରୁକୁ ସଚେତନ ସହ ନିଜ ସୁରକ୍ଷା କିପରି ନିଜ ଉପରେ ନିର୍ଭର କରେ ତାହା କଳାକାରମାନେ ଲୋକଙ୍କୁ ଲୋକକଳା ମାଧ୍ୟମରେ ବୁଝାଇବେ ।

ଏହି କାର୍ଯ୍ୟକ୍ରମକୁ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, ‘ଶୀତଋତୁକୁ ଦୃଷ୍ଟିରେ ରଖି ଏହି ସଚେତନତା କାର୍ଯ୍ୟକ୍ରମ କରାଯିବାର ଦରକାର ରହିଛି । କୋଭିଡକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ନିୟମିତ ସମୀକ୍ଷା ଓ ପଦକ୍ଷେପ ଯୋଗୁଁ ଓଡିଶା କୋଭିଡ୍ ପରିଚାଳନା କ୍ଷେତ୍ରରେ ଦେଶରେ ସୁନାମ ଅର୍ଜନ କରିଛି ।’

ବିଭାଗର ପରାମର୍ଶ ଦାତା ଜନ୍ମେଜୟ ଲେଙ୍କା ଯୋଗ ଦେଇ କହିଥିଲେ ଯେ ଗାଁ ଗହଳିରେ କୋଭିଡ୍ ସଚେତନତା ସୃଷ୍ଟି କରିବା ପାଇଁ ଲୋକ କଳାକାରମାନେ ଆଗେଇ ଆସିଛନ୍ତି । ତେବେ ଏଥିପାଇଁ କୋଭିଡ୍ ସ୍ଥିତିରେ ଅଧିକ ଶ୍ରମସ୍ୱୀକାର କରିବାକୁ ଥିଲେ ହେଁ, ଏହି ଏହି ସଚେତନତା ବାର୍ତ୍ତା ପ୍ରଚାର ପାଇଁ ସେମାନେ ଯେଉଁ ଦାୟିତ୍ୱ ନେଇଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ ।

Leave A Reply

Your email address will not be published.