Latest Odisha News

BREAKING NEWS

ପନିପରିବା ଚାଷ ଜରିଆରେ କେନ୍ଦୁଝରର ୮୬୦ରୁ ଅଧିକ ପରିବାରର ଆର୍ଥିକ ଅବସ୍ଥାରେ ଆସିଛି ସୁଧାର

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର କଟାମାଟି ଲୁହାପଥର ଖଣି ଆଖପାଖରେ ଥିବା ଗାଁଗୁଡିକର ଲୋକେ ମୁଖ୍ୟତଃ ପନିପରିବା ଚାଷ ଉପରେ ନିର୍ଭର କରନ୍ତି । ସାଧାରଣତଃ ପାରମ୍ପରିକ ପଦ୍ଧତିରେ ଚାଷ କରନ୍ତି । ତେବେ ଚାଷୀଙ୍କ ଉନ୍ନତ ମାନର ଫସଲ ଅମଳ ଓ ଆୟ ବଢ଼ାଇବ ଲକ୍ଷ୍ୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ଉଦ୍ୟମ କରିଆସୁଛି । ବିଗତ ଦୁଇ ବର୍ଷରେ କମ୍ପାନୀର ପଦକ୍ଷେପଗୁଡ଼ିକ ଯୋଗୁଁ ୮୬୦ରୁ ଅଧିକ ପରିବାର ଓ ୮୫ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚଜି) ଉପକୃତ ହୋଇଛି ।

ସ୍ଥାନୀୟ ଚାଷୀମାନଙ୍କୁ ଅର୍ଗାନିକ ଫାର୍ମିଂ, ଅର୍ଗାନିକ୍ ମାନ୍ୟୁର୍‌, କୀଟନାଶକ ବ୍ୟବହାର ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଟାଟା ଷ୍ଟିଲ୍‌ ଫାଉଣ୍ଡେସନ ପକ୍ଷରୁ ସେମାନଙ୍କୁ ପନିପରିବା ଚାଷ ପାଇଁ ଉଚ୍ଚ ମାନର ବିହନ ବି ଯୋଗାଇ ଦିଆଯାଉଛି ।

କୁଲଡୁମ ଗାଁର ମହିଳା ମାଳତୀ ମହନ୍ତ ଛତୁ ଚାଷ ଏବଂ କିଚେନ୍ ଗାର୍ଡେନ୍‌ କରି ସେଥିରୁ ଯାହା ରୋଜଗାର କରୁଛନ୍ତି ସେଥିରେ ପରିବାରକୁ ଅର୍ଥିକ କ୍ଷେତ୍ରରେ ସାହାୟୟ କରୁଛନ୍ତି । ସେ କହନ୍ତି, “ବିଗତ କିଛି ବର୍ଷ ଭିତରେ ମୁଁ ଟାଟା ଷ୍ଟିଲ୍‌ଠାରୁ ଗୁଣାତ୍ମକ ମାର୍ଗଦର୍ଶନ ଓ ଉନ୍ନତ ବିହନ ପାଇଛି । ପନିପରିବା ଚାଷର ଅନେକ ଲାଭ ରହିଛି । ବର୍ଷତମାମ ସତେଜ ପନିପରିବା ପାଇବା ସହ ଅତିରିକ୍ତ ଉତ୍ପାଦିତ ସାମଗ୍ରୀ ବିକ୍ରି କରି ପ୍ରାୟ ୩୦,୦୦୦ ଟଙ୍କା ରୋଜଗାର କରିପାରିଛି ।

କେବଳ ମାଳତଚୀ ନୁହେଁ ମହାଦେବସନା, ଜାମକୁଣ୍ଡିୟା, ମୁର୍ଗବେରା, ପୁଟୁଗାଁ ଏବଂ କଟାମାଟି ଲୁହାପଥର ଖଣିର ଆଖପାଖା ଅଂଚଳର ଅନେକ ଲୋକ ଛତୁ ଚାଷରୁ ଭଲ ରୋଜଗାର କରୁଛନ୍ତି ।  ଚଳିତ ଆର୍ଥିକ ବର୍ଷ ବର୍ତମାନ ସୁଦ୍ଧା ୬୦୦ରୁ ଅଧିକ ଚାଷୀଙ୍କୁ ସେମାନଙ୍କ ପନିପରିବା ଚାଷରେ ଉନ୍ନତି ଆଣିବା ଲାଗି ସମ୍ବଳ ଯୋଗାଇ ଦେଇଛି ଫାଉଣ୍ଡେସନ । ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଗ୍ରହଣ କରାଯାଉଥିବା
ପଦକ୍ଷେପଗୁଡ଼ିକର ପ୍ରମୁଖ ଲକ୍ଷ୍ୟ ହେଉଛି ଉତ୍ପାଦକତା ଓ ଅମଳରେ ଉନ୍ନତି ଆଣିବା, ଶୁଖିଲା ଭୂମି ଚାଷରେ ଉନ୍ନତି ଓ ଜଳସେଚନ
ସୁବିଧା, ଅନାବାଦି ଜମି ବିକଶିତ କରିବା ଏବଂ କୌଶଳ ଭିତିକ ପ୍ରଶିକ୍ଷଣ ଜରିଆରେ ସମାଜର ଦକ୍ଷତା ବଢ଼ାଇବା ଯାହା ସ୍ଥାନୀୟ ଚାଷୀମାନଙ୍କ ପାଇଁ ନିରନ୍ତର ଜୀବନଜୀବିକା ବିକଶିତ କରିବାରେ ସହାୟକ ହୋଇଛି ।

Leave A Reply

Your email address will not be published.