Latest Odisha News

ରାଜ୍ୟରେ ବନ୍ଦ ହେବ ସରକାରୀ ଓ ଵେସରକାରୀ କୋଭିଡ୍‌ କେୟାର ସେଣ୍ଟର

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ସ୍ଥିତି ଧିରେ ଧିରେ ସୁଧୁରୁଥିବା ବେଳେ କଟକଣା କୋହଳ କଲେଣି ସରକାର । ସଂକ୍ରମଣ ହ୍ରାସ ପାଉଥିବାରୁ ରାଜ୍ୟରେ ବନ୍ଦ ହେବ ସରକାରୀ ଓ ବେସରକାରୀ କୋଭିଡ୍‌ କେୟାର ସେଣ୍ଟର । ତେବେ ସମ୍ଭାବ୍ୟ ତୄତୀୟ ଲହରକୁ ଦୄଷ୍ଟିରେ ରଖି ଡେଡିକେଟେଡ କୋଭିଡ୍‌ ହେଲଥ ସେଣ୍ଟର ଏବଂ ଡେଡିକେଟେଡ କୋଭିଡ କେୟାର ସେଣ୍ଟର ଖୋଲା ରହିବ ।

ସେହିପରି କରୋନା ସଂକ୍ରମିତ ଚିକିତ୍ସାଧୀନ ନଥିଲେ ସରକାରଙ୍କ ଦ୍ବାରା ପରିଚାଳିତ ଘରୋଇ କୋଭିଡ୍‌ ହସ୍ପିଟାଲ ବନ୍ଦ ହେବ । ତେବେ ହସ୍ପିଟାଲ ଗୁଡିକ ପ୍ରସ୍ତୁତ ହୋଇ ରହିବା ପାଇଁ କୁହାଯାଇଛି । ଏ ନେଇ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଏହାସହଦ ଯଦି କୌଣସି କୋଭିଡ୍‌ କେୟାର ସେଣ୍ଟରରେ କେହି ସଂକ୍ରମିତ ଚିକିତ୍ସାଧୀନ ଥିବେ ତେବେ ସଂପୃକ୍ତ ସଂକ୍ରମିତ ଡିସଚାର୍ଜ ହେବା ପର୍ଯ୍ୟନ୍ତ ସେଠାରେ ସେବା ଜାରି ରହିବ ।

Leave A Reply

Your email address will not be published.