Latest Odisha News

BREAKING NEWS

କରୋନା ସଂକ୍ରମଣରେ ବଡ ହ୍ରାସ; ସକ୍ରିୟ ସଂଖ୍ୟା ବି କମିଲା

ନୂଆଦିଲ୍ଲୀ: ଗତ ପରଦିନ ଠାରୁ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି। ଆଜି(ଏପ୍ରିଲ ୨୪) ୭,୧୭୮ ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ୧୦,୧୧୨ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଆଜି ସଂଖ୍ୟା ୭ ହଜାର ରହିଛି।

କରୋନା ସଂକ୍ରମଣ ହ୍ରାସ ସହିତ ଆକ୍ଟିଭ୍ କେସ୍‌ରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ସୋମବାର ସୁଦ୍ଧା ଦେଶରେ ଆକ୍ଟିଭ୍ ସଂଖ୍ୟା ୬୫,୬୮୩ ରହିଛି। ଶନିବାର ଦେଶରେ କରୋନା ସଂକ୍ରମଣ ୧୨,୧୯୩ ହୋଇଥିଲା। ଗତ ଦୁଇ ଦିନ ହେଲା ସଂକ୍ରମଣ ସଂଖ୍ୟାରେ ପ୍ରାୟ ୩ ହଜାର ଲେଖାଏ ହ୍ରାସ ହେଉଛି।

ମହାରାଷ୍ଟ୍ରରରେ ୫୪୫ ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଦିଲ୍ଲୀରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୪୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

କରୋନା ସଂକ୍ରମଣକୁ ଦେଖି ଶୁକ୍ରବାର ୮ ରାଜ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର। ଏହାପରେ ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି।

Leave A Reply

Your email address will not be published.