Latest Odisha News

BREAKING NEWS

କ୍ରିକେଟରୁ ସନ୍ନ୍ୟାସ ନେଲେଣି, ତଥାପି କମିନି ସଚିନଙ୍କ ରୋଜଗାର..ଜାଣନ୍ତୁ ମାଷ୍ଟର ବ୍ଲାଷ୍ଟରଙ୍କର କେତେ ସମ୍ପତ୍ତି

ମୁମ୍ବାଇ:କ୍ରିକେଟ କହିଲେ ସଚିନ ଏବଂ ସଚିନ କହିଲେ ରେକର୍ଡ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ବଲବ୍ୟାଟରେ ଖେଳି ରେକର୍ଡ ପରେ ରେକର୍ଡ ଜିତିଥିବା ଏହି ଖେଳାଳି କୋଟି କୋଟି ହୃଦୟକୁ ଜିତିଛନ୍ତି  । ଖେଳ ଦୁନିଆରୁ ସନ୍ନ୍ୟାସ ନେଇ ସାରିଲେଣି ସତ, ହେଲେ କ୍ରିକେଟ ଜଗତରେ ତାଙ୍କର କ୍ରେଜ ଏବେ ବି କମିନି । ନ ଖେଳି ବି ସଚିନ ଆଜି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । କ୍ରିକେଟରେ ସମସ୍ତଙ୍କ ଆଗରେ ଥିଲେ । ଏବେ କ୍ରିକେଟ ଛାଡିବା ପରେ ବି ଅର୍ଥ ରୋଜଗାରରେ ଆଗରେ ।

୧୬ ବର୍ଷ ବୟସରେ ହାତରେ ବଲ ଧରିଥିଲେ ସଚିନ । ତା ପରଠାରୁ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି । ଏକ ରିପୋର୍ଟରୁ ଜଣାଯାଇଛି, ସଚିନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୭୫ ମିଲିୟନ ଅର୍ଥାତ ୧୪୩୬ କୋଟି । କ୍ରିକେଟରୁ ସନ୍ନ୍ୟାସ ନେବା ପରେ ବି ସେ ବିଜ୍ଞାପନ ଏବଂ ଅନ୍ୟାନ୍ୟ ସୋର୍ସରୁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ।

କ୍ରିକେଟରୁ ସନ୍ନ୍ୟାସ ନେବା ପରେ ବି ବଡ ବଡ ବ୍ରାଣ୍ଡ ସଚିନଙ୍କ ଚେହେରା ଉପରେ ଭରସା କରିଥାନ୍ତି । ସଚିନଙ୍କୁ ବୁଷ୍ଟ, ଅନଆକାଡେମୀ, କାଷ୍ଟ୍ରୋଲ ଇଣ୍ଡିଆ, ବିଏମଡବ୍ଲ୍ୟୁ, ଲୁମିନସ ଇଣ୍ଡିଆ, ସନଫିଷ୍ଟ, ଏମଆରଏଫ ଟାୟାର, ଅଭିଭା ଇନ୍ସ୍ୟୁରାନ୍ସ,, ପେପ୍ସିଳ ଅଡିଡାସ, ଭିସା, ସାନିଓ, ବିପିଏଲ, ଫିଲିପ୍ସ, ସ୍ପାଇନି ଆଦି କମ୍ପାନୀ ପାଇଁ ବିଜ୍ଞାପନ ଦେଉଛନ୍ତି ସଚିନ । ଏହା ବ୍ୟତୀତ ଜିଓ ସେନେମା ମଧ୍ୟ ସଚ୍ଚିନଙ୍କୁ ତାର ବ୍ରାଣ୍ଡ ଆମ୍ବାସଡର କରିଛି । ଅବଶ୍ୟ ସଚିନଙ୍କ ସହ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଧୋନୀ ମଧ୍ୟ ଏହି କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି ।

ସଚିନଙ୍କ ମୁମ୍ବାଇ ଏବଂ କେରଳରେ ରହିଛି ବିଳାସପୂର୍ଣ୍ଣ ବଙ୍ଗଳା । ମୁମ୍ବାଇର ବାନ୍ଦ୍ରା ଇଲକାରେ ଥିବା ବଙ୍ଗଳାର ଦାମ ପାଖାପଖି ୧୦୦ କୋଟି ହେବ । ୨୦୦୭ରେ ସେ ଏହି ଘରକୁ ୪୦ କୋଟି ଦେଇ କିଣିଥିଲେ । ଏହାବ୍ୟତୀତ ମୁମ୍ବାଇ ବାନ୍ଦ୍ରାସ୍ଥିତ କୁର୍ଲା କମ୍ପ୍ଲେକ୍ସରେ ମଧ୍ୟ ତାଙ୍କର ଏକ ଲଗ୍ଜୁରୀ ଫ୍ଲାଟ ରହିଛି ।ସଚିନଙ୍କ ପାଖରେ ବେଶ ଦାମୀ କାର ମଧ୍ୟ ରହିଛି । ଅଡି, ବିଏମଡବ୍ଲ୍ୟୁ, ନିଶାନ ଆଦି ବ୍ରାଣ୍ଡର ପ୍ରାୟ ୮ଟି କାର ରହିଛି। ଆଜି ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ । ୫୦ ବର୍ଷରେ ପଦାର୍ପଣ କରିଛନ୍ତି କ୍ରିକେଟ ଦୁନିଆର ବାଦଶାହ ସଚିନ ତେନ୍ଦୁଲକର । ସେ ତାଙ୍କର ଏହି ଜନ୍ମଦିନ ପତ୍ନୀ ଅଞ୍ଜଳି ଏବଂ ଝିଅ ସାରା ସହ ଗୋଆରେ ମନାଉଛନ୍ତି ।

 

Leave A Reply

Your email address will not be published.