ନୂଆଦିଲ୍ଲୀ: ପୁଣି କାୟା ବିସ୍ତାର କରୁଛି କରୋନା । ଦୖନିକ ୩ ହଜାରରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ଦିଲ୍ଲୀ ଏନସିଆରରେ ଦୈନିକ ୫୦୦ରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଛି । ହରିଆଣାରେ ମଧ୍ୟ କରୋନା ବଢୁଛି । ଏଠାରେ ୧୦୦ରୁ ଅଧିକ ଲୋକ ଥିବା ସ୍ଥାନକୁ ଯିବାକୁ ହେଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
ହରିଆଣାର ସ୍ୱାସ୍ଥ୍ୟମନ୍ତ୍ରୀ ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରିଛନ୍ତି । ସେହିପରି ମହାରାଷ୍ଟ୍ରର ସତାରା ଜିଲ୍ଲାରେ ସରକାରୀ ଏବଂ ସେମି-ସରକାରୀ ଅଡ଼ିସ, ସ୍କୁଲକଲେଜ, ବ୍ୟାଙ୍କରେ ମାସ୍କ ବାଧ୍ୟତାମୂଳକ କରି ଦିଆଯାଇଛି । ତାମିଲନାଡୁରେ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ର ସହ ଜଡି ସମସ୍ତ କର୍ମାଚାରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରିଛି । ଯଦିଓ ଦିଲ୍ଲୀରେ ସେପାରି କୌଣସି କଟକଣା ଜାରି କରାଯାଇ ନାହିଁ ତେବେ ମାସ୍କ ପିନ୍ଧିବା ପାଇଁ କରୋନା ବିଶେଷଜ୍ଞମାନେ ଅନୁରୋଧ କରିଛନ୍ତି। ଏସବୁ ରାଜ୍ୟରେ କୋଭିଡ ସ୍ଥିତିରେ ସୁଧାର ନ ଆସିଲେ କଟକଣା ଲାଗୁ କରାଯିବା ଉପରେ ଗୁରତ୍ୱ ଦିଆଯିବ ।
ଅନ୍ୟପକ୍ଷେ କୋଭିଡ ସ୍ଥିତିକୁ ଦେଖି ଅନେକ କମ୍ପାନୀ ପୁଣି ୱର୍କ ଫ୍ରମ ହୋମ କରିବାକୁ ଚିନ୍ତା କଲେଣି । ଯେଉଁ ଅଫିସ ସବୁ ଖୋଲୁଛି ସେଠାରେ ଟେମ୍ପରେଚର ଚେକିଂ ସହ ମାସ୍କ ବାଧ୍ୟତାମୂଳକ କରାାଇଛି ।
ସେମମାର ଜାରି ହୋଇଥିବା କୋଭିଡ ଅପଡେଟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡରେ ୩,୬୪୧ ନୂଆ ମାମଲା ସାମ୍ନାକୁ ଆସିଛି । ସଂକ୍ରମଣ ହାର ବୃଦ୍ଧି ପାଇ ୬.୧୨ ପ୍ରତିଶତରେ ପହଞ୍ଚିଲାଣି । ବର୍ତ୍ତମାନ ଦେଶରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ୨୦ରୁ ଅଧିକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ମହାରାଷ୍ଟ୍ରର ୩ ଅଛନ୍ତି ।
Comments are closed.