Latest Odisha News

BREAKING NEWS

ଭୀମସାରରେ କରୋନା ରୋଗୀ ମୃତ୍ୟୁ ପ୍ରସଙ୍ଗ : ମୃତକଙ୍କ ପରିବାରକୁ କ୍ଷତି ପୁରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଚିକିତ୍ସା ଅଭାବରୁ ଭୀମସାରରେ କରୋନା ରୋଗୀ ମୃତ୍ୟୁ ପ୍ରସଙ୍ଗ । ମୃତ ରୋଗୀଙ୍କ ପରିବାରକୁ କ୍ଷତି ପୁରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୧୩ ଟି ପରିବାରକୁ କ୍ଷତି ପୁରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨ ଟି ପରିବାରକୁ ୫ ଲକ୍ଷ ଲେଖାଏଁ ଓ ଅନ୍ୟ ୧୧ ଟି ପରିବାରକୁ ୫୦ ହଜାର ଲେଖାଏଁ କ୍ଷତି ପୁରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ମେ ଦୁଇ ତାରିଖ ସୁଦ୍ଧା କ୍ଷତିପୁରଣ ପ୍ରଦାନ ସମ୍ପର୍କରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କରୋନାର ଦ୍ୱିତୀୟ ଲହରୀରେ ଚିକିତ୍ସା ଅଭାବରୁ ଭୀମସାରରେ ରୋଗୀ ମୃତ୍ୟୁ ହୋଇଥିବା ଦର୍ଶାଇ ଦିଲ୍ଲୀରେ ଆଇନଜୀବୀ ଜ୍ଞାନ ଦତ୍ତ ଚୌହାନ୍ ହାଇକୋର୍ଟକୁ ଏକ ଚିଠି ମାଧ୍ୟମରେ ଅବଗତ କରିଥିଲେ । ହାଇକୋର୍ଟ ମଧ୍ୟ ଏହି ଚିଠିକୁ ଗୁରୁତର ସହ ନେଇ ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣ କରି ମୃତକଙ୍କ ଲପରିବାରକୁ କ୍ଷତି ପୁରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.