Latest Odisha News

BREAKING NEWS

ଦେଶରେ ୨୪ ଘଣ୍ଟାରେ ୧,୭୭୮ ଆକ୍ରାନ୍ତ ଚିହ୍ନଟ, ୬୨ ମୃତ

ଦିଲ୍ଲୀ :  ବେଶ୍‌ କିଛି ଦିନ ଧରି ଦେଶରେ କରୋନା ଭାଇରସ୍‌ ଜନିତ ମହାମାରୀ ଦ୍ରୁତ ବେଗରେ ବିସ୍ତାରିତ ହେବା ପରେ ଦୈନିକ ସଂକ୍ରମଣ ସଂଖ୍ୟା କ୍ରମଶଃ ହ୍ରାସ ପାଇଛି । ଏବେ ଦୈନିକ ସଂକ୍ରମଣ ହାର ୨ ହଜାରରୁ କମ୍ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ବୁଧବାର ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ନୂଆ ସଂକ୍ରମିତ ସଂଖ୍ୟା ୧,୭୭୮ ଥିବା ବେଳେ ମୃତ୍ୟୁ ସଂଖ୍ୟା ୬୨ ରେକର୍ଡ କରାଯାଇଛି ।

BjdElectrycity

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪, ୩୦,୧୨,୭୪୯ରେ ପହଁଞ୍ଚିଛି ।ସେହିପରି ମୃତ୍ୟୁ ଜନୀତ ସଂଖ୍ୟା ୫,୧୬,୬୦୫ରେ ପହଁଞ୍ଚିଛି ବୋଲି ଜଣାପଡିଛି । ସେହିପରି ୨୪ ଘଣ୍ଟାରେ ଦେଶରେ ସୁସ୍ଥ ହୋଇଛନ୍ତି ୨,୫୪୨ ଜଣ । ଦେଶର ସମୁଦାୟ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ହେଉଛି ୪,୨୪,୭୩,୦୫୭ା ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୮୭ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟରୁ ଜଣାପଡିଛି ।

Leave A Reply

Your email address will not be published.