ଖୋର୍ଦ୍ଧା: ଔଷଧ ବାଂଟିବା ବେଳେ ଟଳିପଡିଲେ କରୋନା ଯୋଦ୍ଧା । ଏପରି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ । ତେବେ କେଉଁ କାରଣୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡି ନାହିଁ ।
ଆଶା କର୍ମୀ ପୂର୍ଣ୍ଣମାସୀ ବଳିଆରସିଂହ ଆଜି ଓରବରସିଂ ପଞ୍ଚାୟତ ଡିହଖଳା ଗାଁରେ ଔଷଧ ବାଣ୍ଟୁଥିଲେ। ଗୋଟିଏ ଘରେ ଔଷଧ ବାଣ୍ଟି ଅନ୍ୟ ଘରକୁ ଯାଉଥିବା ବେଳେ ସେ ହଠାତ୍ ରାସ୍ତାରେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ୍ରେ ଭର୍ତ୍ତି କରିଥିଲେ।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ସେ ଜଣେ କୋଭିଡ୍ ଯୋଦ୍ଧା ହୋଇଥିବାରୁ ତାଙ୍କର କରୋନା ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି।
Comments are closed.