Latest Odisha News

ଭୁବନେଶ୍ୱରରେ ଆଉ ୯୦ ପଜିଟିଭ, ୨୪ ସୁସ୍ଥ

ଭୁୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ପୁଣି ଆଉ ୯୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଗୋଟିଏ ଦିନରେ ସର୍ବାଧିକ । ୯୦ ଜଣଙ୍କ ମଧ୍ୟରୁ ୬୩ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୭ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଏଥିସହ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱଟ୍ କରି ସୂଚନା ଦେଇଛି ।

ଚିହ୍ନଟ ହୋଇଥିବା ସ୍ଥାନୀୟ ୨୭ ଜଣଙ୍କ ମଧ୍ୟରେ ବିଜେବି ନଗରରୁ ୨୭ବର୍ଷୀୟ ଯୁବକ, ଜାଗମରାରୁ ୨୬ବର୍ଷୀୟ ଯୁବକ, ଘଟିକିଆରୁ ଜଣେ ୫୦ବର୍ଷୀୟ ପୁରୁଷ, ଲକ୍ଷ୍ମୀସାଗରରୁ ଜଣେ ୬୨ବର୍ଷୀୟ ବୃଦ୍ଧା, ପୋଖରୀପୁଟରୁ ୬୧ ଓ ୮୪ବର୍ଷୀୟ ଦୁଇ ପୁରୁଷ, ଓଲ୍ଡ ଟାଉନରୁ ଜଣେ ୪୮ବର୍ଷୀୟ ପୁରୁଷ, ଖଣ୍ଡଗିରିରୁ ଜଣେ ୨୩ବର୍ଷୀୟ ଯୁବକ, ଭରତପୁରରୁ ଜଣେ ୫୨ ଓ ୩୦ ବର୍ଷୀୟ ପୁରୁଷ, ରସୁଲଗଡ଼ରୁ ଜଣେ ୩୬ବର୍ଷୀୟ ପୁରୁଷ, ଚନ୍ଦ୍ରଶେଖପୁରରୁ ୩୧ ଓ ୫୭ ବର୍ଷୀୟ ପୁରୁଷ,ବିଶେଶ୍ୱର ବସ୍ତିରୁ ଜଣେ ୪୦ବର୍ଷୀୟ ପୁରୁଷ, ନୟାପଲ୍ଳୀରୁ ଜଣେ ୩୦ବର୍ଷୀୟ ଯୁବକ, ୟୁନିଟ ୪ରୁ ୨୭ବର୍ଷୀୟ ଯୁବକ, ରସୁଲଗଡ଼ରୁ ୧୬ ବର୍ଷୀୟ ଯୁବକ ଓ ୫୦ବର୍ଷୀୟ ବୃଦ୍ଧ, ଖଣ୍ଡଗିରିରୁ ଜଣେ ୬୫ବର୍ଷୀୟ ବୃଦ୍ଧ ଓ ୭ବର୍ଷୀୟ କନ୍ୟା ଶିଶୁ, ମହାବୀର ବସ୍ତିରୁ ଜଣେ ୨୩ବର୍ଷୀୟ ଯୁବକ, କୋଳଥିଆରୁ ୩୦ବର୍ଷୀୟ ମହିଳା, ପାତ୍ରପଡ଼ାରୁ ଜଣେ ୩୮ବର୍ଷୀୟ ପୁରୁଷ, ଖଣ୍ଡଗିରିରୁ ଜଣେ ୩୯ବର୍ଷୀୟ ପୁରୁଷ, ବରମୁଣ୍ଡାରୁ ୨୪ବର୍ଷୀୟ ଓ ୩୫ବର୍ଷୀୟ ମହିଳା, ଘରୋଇ ହସ୍ପିଟାଲରୁ ଜଣେ ୩୦ବର୍ଷୀୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜଧାନୀ ଭୁବନେଶ୍ୱରରୁ ଏଯାଏଁ ମୋଟ ୮୫୯ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୮୫ଜଣ ସୁସ୍ଥ ହୋଇଥିବାବେଳେ ୧୧ଜଣଙ୍କର ମୃତ୍ୟୁ ଘଟିଛି । ଆଉ ୪୬୨ଜଣ ଚିକିତ୍ସାଧୀନ ଅଛନ୍ତି ।

Leave A Reply

Your email address will not be published.