କଟକ:କଟକରେ କଡାକଡି ହେଲା କୋଭିଡ୍ ଗାଇଡ୍ଲାଇନ୍ସ । ଦୋକାନ,ବଜାର, କର୍ମକ୍ଷେତ୍ର, ପର୍ଯ୍ୟଟନସ୍ଥଳୀମାନଙ୍କରେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବାଧ୍ୟତାମୂଳକ । ନିୟମ ଉଲଂଘନ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ବିଜ୍ଞପ୍ତି ଜାରି କରିଛି କଟକ ମହାନଗର ନିଗମ ବା ସିଏମ୍ସି ।
ଏନେଇ ସିଏମ୍ସି ୨ଟି ଟିମ୍ ଗଠନ କରିଛି । ସେହିପରି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ମଧ୍ୟ ଆଜି ବିଜ୍ଞପ୍ତି ଜାରି କରିଛନ୍ତି । ଯେଉଁଥିରେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବାଧ୍ୟତାମୂଳକ ବୋଲି ଉଲ୍ଲେଖ ରହିଛି । ଦେଶର ବିଭିନ୍ନ ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନ୍ ଧୀରେ ଧୀରେ ବ୍ୟାପିଗଲାଣି । ତେଣୁ କେତେକ ରାଜ୍ୟରେ କୋଭିଡ୍ ଗାଇଡ୍ ଲାଇନ୍ କଡାକଡି ପାଳନ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
Comments are closed.