Latest Odisha News

BREAKING NEWS

ଦିଗପହଣ୍ଡିରେ ନକଲି ଲେବର ଅଫିସ୍‌ ସିଲ୍‌ 

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହର ପୁଞ୍ଜିକୟାଁ ଛକ ନିକଟରେ ଥିବା ନକଲି ଲେବର କାର୍ଡ କାର୍ଯ୍ୟାଳୟକୁ ଶ୍ରମ ଅଧିକାରୀଙ୍କ ଦ୍ବାରା ସିଲ୍ କରାଯାଇଛି । ବି ୱାନ କଷ୍ଟ୍ରକ୍ସନ ଲେବର ନାଁରେ ସାଧାରଣ ଲୋକଙ୍କ ଠାରୁ ଲେବର କାର୍ଡ କରେଇ ଦେବା ନାଁରେ ଜଣଙ୍କ ପିଛା ୪୫୦ ଟଙ୍କା ଲେଖା ହିସାବରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ କ୍ରମରେ ଶ୍ରମ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି l

ଜିଲ୍ଲା ଶ୍ରମ ଅଧିକାରୀ ବାବୁ ଚରଣ ପାତ୍ର ନକଲି ଲେବର କାର୍ଡ ପ୍ରଦାନ କାର୍ଯ୍ୟାଳୟକୁ ଚଢ଼ାଉ କରି ବିପୁଳ ପରିମାଣର ନକଲି ଫର୍ମ ଓ ରସିଦ ବହିକୁ ସିଜ କରିବା ସହିତ ଦିଗପହଣ୍ଡି ପୋଲିସକୁ ଅବଗତ କରିଛନ୍ତି । ଦିଗପହଣ୍ଡି ପୋଲିସ ସଂପୃକ୍ତ କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟାଳୟ ସିଲ୍ କରି ଅନୁସନ୍ଧାନ କରୁଥିବା ଜଣାପଡିଛି l

Leave A Reply

Your email address will not be published.