Latest Odisha News

BREAKING NEWS

ଗୋଟିଏ ଦିନରେ ୧୨୦ରୁ ଅଧିକ କରୋନା ରୋଗୀଙ୍କୁ ମାଗଣା ଖାଦ୍ୟ ଯୋଗାଉଛନ୍ତି ବ୍ୟକ୍ତି

ଆଗ୍ରା: କରୋନା ମାମଲା  ବଢିବା ସହିତ ସମଗ୍ର ଦେଶରେ ଏକତା ଏବଂ ହୃଦୟସ୍ପର୍ଶୀ ଉଦାହରଣ ଦେଖିବାକୁ ମିଳୁଛି। ଅଜଣା ବ୍ୟକ୍ତି ଏକତ୍ରିତ ହୋଇ ମାରାତ୍ମକ ରୋଗ ସହ ଲଢିବାରେ ରୋଗୀଙ୍କୁ ସାହାଯ୍ୟ କରୁଛନ୍ତି। କେତେକ ଲୋକଙ୍କୁ ଅମ୍ଳଜାନ ସିଲିଣ୍ଡର ପାଇବାରେ ସାହାଯ୍ୟ କରୁଥିବାବେଳେ ଆଉ କିଛି ଡାକ୍ତରଖାନା ଶଯ୍ୟା ଉପଲବ୍ଧତା ବିଷୟରେ ସୋସିଆଲ ମିଡିଆରେ ଅପଡେଟ୍ କରୁଛନ୍ତି।

ଅନେକ ଲୋକ ଅଛନ୍ତି ଯେଉଁମାନେ ମହାମାରୀ ଦ୍ୱାରା ପ୍ରଭାବିତ ଲୋକଙ୍କୁ ଖାଦ୍ୟ ମଧ୍ୟ ଯୋଗାଉଛନ୍ତି। ଉତ୍ତରପ୍ରଦେଶର ଆଗ୍ରା ସ୍ଥିତ ଏକ ଭାଗବତ ହାଲୱାଇ ଦିନକୁ ଦୁଇଥର କୋଭିଡ ରୋଗୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ମାଗଣାରେ ସୁସ୍ଥ ଖାଦ୍ୟ ଯୋଗାଉଛନ୍ତି।

ସହରର ବ୍ଲଗର୍‌ମାନଙ୍କ ସାହାଯ୍ୟରେ ଅର୍ଡର ନେବା ଠାରୁ ଆରମ୍ଭ କରି କୋଭିଡ୍‌ ରୋଗୀଙ୍କ ଘରେ ଖାଦ୍ୟ ପହଞ୍ଚାଉଛି ଭାଗବତ ହାଲୱାଇ। ଭାଗବତ ହାଲୱାଇର ମାଲିକ ଶିବମ ଭାଗବତ କହିଛନ୍ତି ଯେ ଏହା ଏମିତି ଏକ ସମୟ, ଯେତେବେଳେ ଆମେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ଏକାଠି ହେବାକୁ ପଡ଼ିବ।

ଆଗ୍ରାର ଭାଗବତ ହାଲୱାଇ ସହରରେ ଦିନକୁ ୨୪୦ ଖାଦ୍ୟ ପ୍ୟାକେଟ୍ ବିତରଣ କରୁଛନ୍ତି। ଏହାଛଡା ସୋସିଆଲ ମିଡିଆ ସେମାନଙ୍କୁ ଆବଶ୍ୟକ ଲୋକଙ୍କ ନିକଟରେ ପହଞ୍ଚାଇବାରେ ମଧ୍ୟ ସାହାଯ୍ୟ କରୁଛି। ଶିବମ୍ ଭାଗବତ କହିଛନ୍ତି ଯେ “ଆମର ପଦକ୍ଷେପ ବିଷୟରେ ଖବର ପ୍ରସାରଣ ପାଇଁ ଆମେ ଇନଷ୍ଟାଗ୍ରାମ ବ୍ଲଗର୍‌ମାନଙ୍କ ସହ ସହଯୋଗ କରୁଛୁ। ସେମାନଙ୍କ ମାଧ୍ୟମରେ ଲୋକମାନେ ଆମ ସହ ଯୋଗାଯୋଗ କରୁଛନ୍ତି ଏବଂ ଏହାକୁ ନିଜ ସାମାଜିକ ପରିସରରେ ବୃଦ୍ଧି କରୁଛନ୍ତି।”

Leave A Reply

Your email address will not be published.