Latest Odisha News

ରଜରେ ଆସୁଛି “ଚକ୍ଷୁବନ୍ଧନ”

ଭୁବନେଶ୍ୱର: ସାରା ଦେଶ ସମେତ ଓଡିଶା ବି କରୋନା ସହ ଲଢୁଛି । ତଥାପି ଫିଲ୍ମ ରିଲିଜ୍ କରିବାକୁ ଅଣ୍ଟା ଭିଡିଛି ଓଲିଉଡ । ଆସନ୍ତା ଦିନରେ ପ୍ରେମ, ପ୍ରତାରଣା, ରହସ୍ୟ ଓ ରୋମାଂଚକର ମୌଳିକ କାହାଣୀକୁ ନେଇ ଏକ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଯାହାର ଟାଇଟଲ ରହିଛି “ଚକ୍ଷୁବନ୍ଧନ” ।

BjdElectrycity

ଅନିଶ୍ ଏଣ୍ଟରନେମେଣ୍ଟ ବ୍ୟାନର ତଳେ ନିର୍ମିତ ହୋଇଥିବା ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ତପନ କୁମାର ଦାଶ । ଫିଲ୍ମର ମୁଖ୍ୟ ଭୂମିକାରେ ରାଜ ରାଜେଶ, ଋଷି, ଭୂମିକା ଦାଶ ଓ ବଙ୍ଗଳା ନାୟିକା ଇଶାନୀ ସେନଗୁପ୍ତାଙ୍କୁ ଦେଖିବାକୁ ମିଳିବ । କେବଳ ଓଡିଆ ନୁହେଁ ବରଂ ବଙ୍ଗଳା ଭାଷାରେ ମଧ୍ୟ ଏହି ଫିଲ୍ମ ରାଜେନ୍ଦ୍ର ମହାନ୍ତଙ୍କ ନିର୍ଦ୍ଦେଶନାରେ ରିଲିଜ ହେବାକୁ ଯାଉଛି ।

ସ୍ୱାର୍ଥ ଓ ଭ୍ରମ ଭଳି ଦୁଇଟି ମାନସିକ ଚିନ୍ତାଧାରା ଉପରେ ଆଧାରିତ ଏହି ଫିଲ୍ମର ସଙ୍ଗୀତ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ଅଭିଜିତ ମଜୁମଦାର ଓ ବନି ଗୌରବଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଫିଲ୍ମର ପ୍ରତିଟି ଗୀତ ଖୁବ ମନଛୁଆଁ ତଥା ଅର୍ଥବୋଧକ ହୋଇପାରିଛି ।

ପୂର୍ବରୁ ଅନେକ ଓଲିଉଡ ଫିଲ୍ମ ବଙ୍ଗଳା ଭାଷାରେ ରିଲିଜ୍ ହୋଇଥିଲାବେଳେ ମିଶ୍ରିତ ଫଳାଫଳ ସାମ୍ନାକୁ ଆସିଥିଲା । ତେବେ ରଜ ଅବସରରେ ରିଲିଜ୍ ହେବାକୁ ଥିବା ଫିଲ୍ମ “ଚକ୍ଷୁବନ୍ଧନ” ନିଶ୍ଚିତ ଭାବେ ଦର୍ଶକଙ୍କ ନିକଟରେ ସଫଳତା ହାସଲ କରିବ ବୋଲି ଆଶାୟୀ ଅଛନ୍ତି କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ।

Leave A Reply

Your email address will not be published.